ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରସ୍ତୁତ- ବିଏମ୍‌ସି ମେୟର

ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରସ୍ତୁତ। ଲଗାତର ଭାବେ ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମ୍‌ସି । ଯାହା କିଛି ସମସ୍ୟା ଥିଲା, ତାହା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମ୍‌ସି ମେୟର ସଲୋଚନା ଦାସ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଜଣ୍ଡିସ କିମ୍ବା ଡାଇରିଆ ବ୍ୟାପିଛି ସେହି ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଖାଦ୍ୟ ନିରାପତ୍ତା ବିଭାଗ । ବିଏମସି ହେଲଥ ୟୁନିଟ୍ କାମରେ ଲାଗି ପଡ଼ିଛନ୍ତି । ତେବେ ଅନେକ ସ୍ଥାନରେ ଡ୍ରେନ୍‌ ଭିତରେ ପାଣି ପାଇପ୍‌ ଯାଇଛି। ପାଇପ୍‌ ଲିକ୍‌ ହୋଇଥିବାରୁ ପାଣି ଦୂଷିତ ହୋଇଛି। ପାଣି ପାଇପ୍‌ ଲିକ୍‌ ହୋଇଥିବାର ଉତ୍ସ ଜଣାପଡିଛି । ତେଣୁ ଏହାର ମରାମତି ସହ ପାଣିକୁ ବିଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ

kc ads