ଭୁବନେଶ୍ୱର ସହରରେ ଘର ଯୋଗାଇଦେବେ ସରକାର।

ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ବପ୍ନ । ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ମିଳିବ ଘର । ଧନୀକ ଶ୍ରେଣୀ ଲୋକ ଏଥିପାଇଁ ଆବେଦନ କରିପାରିବେ ନାହିଁ ।ପିପିପି ମୋଡରେ ଘର ତିଆରି କରିବାକୁ ସରକାରଙ୍କ ନିଷ୍ପତ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର କରାଯିବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଘର ତିଆରି କରିବେ ସରକାର । ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର ।କୋପରେଟିଭ ବ୍ୟାଙ୍କ ସହ ମଧ୍ୟ ଟାଇ ଅପ୍ କରିବେ ସରକାର । କୋପରେଟିଭ ବ୍ୟାଙ୍କ, ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ EMI ସଂଗ୍ରହ ଦାୟିତ୍ଵ ନେବ ।ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ମ୍ୟୁନିସପାଲିଟି ଅଞ୍ଚଳ ଗୁଡିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟରେ ଘର ଦେବେ ସରକାର ।

ସେପଟେ ସହରକୁ ବସ୍ତି ଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର । ସହର ଭିତରେ ଭଡା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି । ଏହାସହ ଟାଉନ ପ୍ଲାନିଂ ବା TP ସ୍କିମ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି ।

ଅଧିକ ପଢନ୍ତୁ

kc ads