କଫି/ଚା’ ସକାଳୁ ଖାଲି ପେଟରେ ଏହାକୁ ପିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଯଦି କଫି/ଚା’ ପିଇବା ନିହାତି ଆବଶ୍ୟକ, ତା’ହେଲେ ପ୍ରଥମେ ପାଣି ପିଅନ୍ତୁ। ତା’ପରେ ଏହା ସହିତ ରୁଟି, ପରଟା କିମ୍ବା ବିସ୍କୁଟ୍ ଖାଇବାର ଅଭ୍ୟାସ କଲେ ଭଲ ହେବ। ସେହିପରି କେତେକେ ଫିଟ୍ନେସ୍ କିମ୍ବା ଓ୍ବେଟ୍ ଲସ୍ ପାଇଁ ସକାଳେ ସାଲାଡ୍ ଖାଇଥାନ୍ତି। ଏହା ବି ଶରୀର ପାଇଁ ଆଦୌ ଠିକ୍ ନୁହେଁ। କାରଣ ସାଲାଡ୍ ଖାଇବାର ସବୁଠୁ ଭଲ ସମୟ ହେଉଛି ଲଞ୍ଚ୍ ଟାଇମ୍।ସକାଳେ ଖାଲିପେଟରେ ସେଓ ଖାଇବା ଦ୍ୱାରା ହଜମକ୍ରିୟାକୁ ନେଇ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ସକାଳେ ଖାଲି ପେଟରେ ମିଠା ମଧ୍ୟ ଖାଇବା ଅନୁଚିତ। ଏହାଦ୍ବାରା ଜଣେ ଦିନ ସାରା ଥକା ଅନୁଭବ କରନ୍ତି।
ଆଉ କେତେକେ ସକାଳେ ଲସି ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଖାଲିପେଟରେ ଲସି ପିଇଲେ ବି ଶରୀରକୁ କ୍ଷତି ପହଞ୍ଚିଥାଏ। ସେହିପରି ଏମିତି ଅନେକେ ଅଛନ୍ତି, ଯେଉଁମାନେ କି ସକାଳେ ଛଣାଛଣି, ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଆନ୍ତି; କିନ୍ତୁ ଏହାର କୁପ୍ରଭାବ ସେମାନଙ୍କର ହଜମଶକ୍ତି ଉପରେ ପଡିବା ସହ ଶରୀରର ଓଜନ ବଢାଇଥାଏ। ଅଜୀର୍ଣ୍ଣ, ଏସିଡିଟି, ଗ୍ୟାସ୍ ସମସ୍ୟା ଆଦି ଦେଖାଯାଇପାରେ।