ଡାକ୍ତରଙ୍କ ଚରମ ଅବହେଳା । ଭୁଲ ଇଞ୍ଜେ୍କ୍ସନ ଯୋଗୁଁ ଅଚଳ ହୋଇଗଲା ଗୋଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ । ପଟ୍ଟାମୁଣ୍ଡାଇ ମାଟିଆ ଗାଁ ସୁବ୍ରତ ମଲିକ ତାଙ୍କ ୪ ବର୍ଷର ପୁଅକୁ ଗତ ୨୩ ତାରିଖ ଦିନ ଥଣ୍ଡା ଜ୍ବର ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେଇଥିଲେ । ଏହାପରେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲା ପରେ ତାଙ୍କ ଦୁଇଟି ଗୋଡ଼ ତଳେ ଲାଗିନଥିଲା । ଡାକ୍ତରଙ୍କ ଭୁଲ ଔଷଧ ଓ ଇଞ୍ଜେକ୍ସନ ଦ୍ୱାରା ତାଙ୍କ ପୁଅଙ୍କର ଏଭଳି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଯିବା ସହ ହସ୍ପିଟାଲ ଆଗରେ ପରିବାର ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
