ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବୌଦ୍ଧ ଅଡେଣିଗଡ଼ ନିକଟରେ ଟନେଲ୍‌ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଟନେଲ ଭୁଶୁଡ଼ିବା ଫଳରେ ପ୍ରାୟ ୩୦ ମିଟର ଗାତ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।ଟନେଲ ଭିତରେ କେତେଜଣ ଶ୍ରମିକ କାମ କରୁଥିଲେ ସେମାନଙ୍କୁ ଉଦ୍ଧାର କରାଗଲା ନା ନାହିଁ ତାହା ସ୍ପଷ୍ଟ କରୁନାହିଁ ଟନେଲ କାମ ହାତକୁ ନେଇଥିବା GIRL ଠିକା ସଂସ୍ଥା, ବଡ଼ ଅଘଟଣକୁ ଚପାଇବା ପାଇଁ ଠିକା କମ୍ପାନୀ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ଅନ୍ୟପକ୍ଷେ ଟନେଲ ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ପୂର୍ବତଟ ରେଳୱେ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital