ଭୂମିକମ୍ପ ସୁଯୋଗ ନେଇ ୨୦୦ କଏଦୀ ଫେରାର୍

ପାକିସ୍ତାନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୋମବାର ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ କରାଚୀର ମାଲିର ଜେଲର କାନ୍ଥ ଭାଙ୍ଗି ବହୁ ସଂଖ୍ୟକ କଏଦୀ ଖସି ପଳାଇଥିଲେ । ପଳାୟନ କରିଥିବା କଏଦୀଙ୍କ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଉଛି । ଅଧିକାରୀଙ୍କ ଅନୁଯାୟୀ, କରାଚୀରେ ହୋଇଥିବା ଭୂକମ୍ପ ସମୟରେ ମାଲିର ଜେଲର କାନ୍ଥ ଫାଟି ଯାଇଥିଲା, ଯାହା ଯୋଗୁ ଅନେକ କଏଦୀ କ୍ଷତିଗ୍ରସ୍ତ ହୋଇଥିବା କାନ୍ଥ ଭାଙ୍ଗି ଖସି ପଳାଇବାରେ ସଫଳ ହୋଇଥିଲେ।

କରାଚୀ ଡିଆଇଜି ମହମ୍ମଦ ହାସନ ସେହତୋ କହିଛନ୍ତି ଯେ, ଭୂକମ୍ପ ଯୋଗୁ ଅନେକ କଏଦୀ ସେମାନଙ୍କ ବାରାକରୁ ବାହାରକୁ ଆସି ଜେଲ୍ ଗେଟ୍ ଭାଙ୍ଗି ଜେଲ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ଅଧିକ ପଢନ୍ତୁ

kc ads