ଭୋଗୀ ପାଳନ ରୁ ଆରମ୍ଭ ହେଲା ମକର ସଂକ୍ରାନ୍ତୀର ଉତ୍ସବ।ହର୍ଷ ଉଲ୍ଲାସର ସହ ଶୁଭେଚ୍ଛା ଓ ଶୁଭ କାମନା ଜଣାଇବା ସହ ଉତ୍ସବ ମୁଖରିତ ହୋଇଯାଇଛି

ରାୟଗଡ଼ ଜିଲ୍ଲା । ରାୟଗଡ଼ ସହରରେ ଥିବା କାପୁ ସାହିରେ ମହା ଆଡ଼ମ୍ବରରେ ପାଳିତ ଭୋଗୀ। ମକର ସଂକ୍ରାନ୍ତିର ଆରମ୍ଭ ଭୋଗୀରୁ ହୋଇଥାଏ। ଏହାକୁ ତେଲୁଗୁ ଭାଷାରେ ପାଣ୍ଡୁଗୁ ବୋଲି କୁହାଯାଏ। ଏହି ପାଣ୍ଡୁଙ୍ଗୁ ପାଇଁ ସପରିବାର ସମସ୍ତ ସଦସ୍ୟ ଘର ବାହୁଡା ହୋଇଥିବାରୁ ପରିବାରରେ ଖୁସିର ଲହୋରି ଖେଳିଯାଇଛି । 12ତାରିଖ ରାତିରେ ପ୍ରବଳ ଶୀତରେ ସ୍ଥାନେ ସ୍ଥାନେ ଭୋଗିର ମଘା ପୋଡି କାର୍ଯ୍ୟକ୍ରମ ହୋଇଯାଇଛି । ରାୟଗଡ଼ ସହର କାପୂ ସାହି, ମେନ୍ ରୋଡ ବାସିନ୍ଦା, ଉମାଶଙ୍କର ହୋଲ୍ ନିକଟ, କନ୍ ଭେଣ୍ଟ ସ୍କୁଲ ନିକଟ, ଲଟସ ପାରାଡାଇସ ହୋଟେଲ, ଏବଂ ଏଫ୍ ସିଆଇ ଗୋଦାମ ନିକଟରେ ଭାରୀ ଧୁମ୍ ଧାମରେ ପାଳିତ ହୋଇଥିଲା। ଏହି ଭୋଗୀରେ ନାଚ ଗୀତ ର ମଜା ଉଠାଇବା ସହିତ ବିଲମ୍ୱିତ ରାତିରେ ମୋଘା ପୋଡ଼ି କାର୍ଯ୍ୟକ୍ରମ ହୋଇଯାଇଅଛି।

କାଠକୁ ପୋଡି ମକର ସଂକ୍ରାନ୍ତିର ଆମନ୍ତ୍ରଣ କରିଛନ୍ତି ତେଲୁଗୁ ସମ୍ପ୍ରଦାୟ। ଭୋଗୀ ତିନି ଦିନିଆ ସଂକ୍ରାନ୍ତି ପର୍ବର ପ୍ରଥମ ଦିନ। ଏହା ହିନ୍ଦୁ ସୌର କ୍ୟାଲେଣ୍ଡରର ଶେଷ ଦିନରେ ପଡ଼ିଥାଏ। ଯାହାକୁ ଉତ୍ତରାୟଣ ବୋଲି ମଧ୍ୟ କୁହାଯାଏ। ଯାହା ପ୍ରତିବର୍ଷ ୧୩ ଜାନୁଆରୀରେ ପଡିଥାଏ। ଭୋଗୀରେ ଲୋକମାନେ ପୁରୁଣା ଏବଂ ପରିତ୍ୟକ୍ତ ଜିନିଷଗୁଡ଼ିକୁ ପରିତ୍ୟାଗ କରନ୍ତି ଏବଂ ପରିବର୍ତ୍ତନ ଆଣିବା ପାଇଁ ନୂତନ ଜିନିଷ ଉପରେ ଧ୍ୟାନ ଦିଅନ୍ତି। ଏହା ବର୍ଷର ହିସାବ ଶେଷ ଏବଂ ପରଦିନ ଫସଲର ପ୍ରଥମ ଦିନରେ ନୂତନ ହିସାବ ଆରମ୍ଭକୁ ଚିହ୍ନିତ କରେ। ବର୍ଷାର ଆଶୀର୍ବାଦ କାମନା ପାଇଁ ପୋଙ୍ଗଲ ପର୍ବରେ ଭଗବାନ ଇନ୍ଦ୍ରଙ୍କୁ ପୂଜା କରାଯାଏ। ଘରର ଛାତରେ ନିମ ପତ୍ର ଭଳି ଡାଳ ବାନ୍ଧିବାର ପରମ୍ପରା ରହିଛି । ଭୋଗୀ ସ୍ଥାନରେ ଗାତ ଖୋଳି କାଠ ଜମା କରାଯାଏ । ତାର ଚାରିପଟେ ଚିତା ଦିଆଯାଏ । ଅଗ୍ନି ସଂଯୋଗ ପୂର୍ବରୁ ପୂଜା କରାଯିବା ପରମ୍ପରା କେତେକ ସ୍ଥାନରେ ରହିଛି । ଭୋଗୀ ମୁଖ୍ୟତଃ ଘରର ପୁରୁଣା ଜିନିଷକୁ ଅଗ୍ନିରେ ବିସର୍ଜ୍ଜନ କରାଯାଏ । ପରସ୍ପର ଶୁଭେଚ୍ଛା ବାର୍ତ୍ତା ଦିଅନ୍ତି । ପରସ୍ପର ମଙ୍ଗଳ କାମନା କରନ୍ତି । ପରଦିନ ମକର ସଂକ୍ରାନ୍ତି ।

ଅଧିକ ପଢନ୍ତୁ

kc ads