
ନୟାଗଡ଼, (ଓଡ଼ିଶା ଦର୍ପଣ):ଆଜି ଅପରାହ୍ଣରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନୟାଗଡ ସ୍ଥିତ ନୀଳମାଧଵ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକଙ୍କ ଅଧକ୍ଷାତାରେ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଜୟଶ୍ରୀ ପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ, ବରିଷ୍ଠ କଂଗ୍ରେସ ନେତା ମନୋଜ ସାହୁ, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ପୀତବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାର ଦ୍ୱାରା ଭୋଟ ଚୋରି କିପରି ହେଉଛି ଲୋକସଭାର ବିରୋଧୀ ଦଳର ନେତାଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ LED ମାଧ୍ୟମରେ ଉପସ୍ଥିତ ସାମ୍ୱାଦିକ ବନ୍ଧୁମାନଙ୍କୁ
୨୦୧୪ରେ କେନ୍ଦ୍ରରେ ଶାସନକୁ ବିଜେପି ଆସିବା ପରଠାରୁ ଅନୁଷ୍ଠିତ ବିଭିନ୍ନ ନିର୍ବାଚନର ଫଳାଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ହେଉଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ହେରଫେର ହେଉଥିବା ଆଶଙ୍କା ପ୍ରକାଶ ପାଉଥିଲା। ତେବେ ଗତ ୭ ଅଗଷ୍ଟ କଂଗ୍ରେସର ସର୍ବମାନ୍ୟ ନେତା ଦୀର୍ଘ ୧ ଘଣ୍ଟା ୧୧ ମିନିଟର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ପ୍ରମାଣ ରଖିବା ପରେ ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି।
ଦେଢ଼ମାସ ତଳେ ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗ ମହାରାଷ୍ଟ୍ର କିପରି କୋଟିଏ ଭୋଟର୍ଙ୍କୁ ୫ ମାସରେ ଯୋଡ଼ି ବିଧାନସଭା ନିର୍ବାଚନ ବିଜେପି ଜିତିବା ମାର୍ଗ ପ୍ରଶସ୍ତ କରିଥିଲା, ତା’ର ବିସ୍ତୃତ ବିବରଣୀ ଦେଇଥିଲେ। ପୂର୍ବ ୫ ବର୍ଷରେ ମଧ୍ୟ ଏତେ ସଂଖ୍ୟକ ନୂଆ ଭୋଟରଙ୍କ ନାମ ତାଲିକାରେ ଯୋଡ଼ାହୋଇ ନ ଥିଲା, ଯେତେ ନୂଆ ଭୋଟର ବିଧାନସଭା ନିର୍ବାଚନର ୫ ମାସ ପୂର୍ବରୁ ଯୋଡ଼ିହୋଇଥିଲେ।
‘ସ୍ପେସାଲ ଇଣ୍ଟେସିଭ୍ ରିଭିଜନ’ ନାମରେ ବିହାରରେ କିପରି ୬୫ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଗଲା, କିଛିଦିନ ଉତ୍ତାରୁ ତାହା ଦେଖିବା ପରେ ନିର୍ବାଚନୀ ପ୍ରକ୍ରିୟା ହେରଫେର ହେଉଥିବା ନେଇ ଶ୍ରୀ ରାହୁଲ ଗାନ୍ଧୀଙ୍କ ଆଶଙ୍କା ଅଧିକ ଦୃଢ଼ୀଭୂତ ହୋଇଥିଲା।
ମହାରାଷ୍ଟ୍ର ପରି ଗୋଟିଏ ରାଜ୍ୟରେ ‘ଆଡିସନ’ ଯୋଗେ ବିଜେପିକୁ ଜିତେଇଦିଆଗଲା ଓ ଆଉ ଏକ ରାଜ୍ୟରେ ‘ଡିଲିସନ’ ଯୋଗେ କଂଗ୍ରେସକୁ ହରାଇବାର ଚକ୍ରାନ୍ତ ହେଲା।
*ଶ୍ରୀ ରାହୁଲ ଗାନ୍ଧିଙ୍କ ସନ୍ଦେହ ହେଲା:-*
ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନରେ ସେମାନେ ସଫା ହୋଇଗଲେ; ଅଥଚ ଅଳ୍ପଦିନ ମଧ୍ୟରେ ସେହି ରାଜ୍ୟରେ ଅନୁଷ୍ଠିତ ବିଧାନସଭାରେ କଂଗ୍ରେସକୁ ସଫା କରିଦିଆଗଲା
ଆଶ୍ଚର୍ଯ୍ୟଜନକ ଭାବେ ଦେଖାଯାଉଛି, ବିଜେପି-ଶାସିତ ରାଜ୍ୟମାନଙ୍କରେ ବ୍ୟବସ୍ଥା ବିରୋଧୀ (ଆଣ୍ଟି-ଇନ୍କମ୍ବେନ୍ସି) ମଧ୍ୟ କାଟୁ କରୁନି
ଏକ୍ଜିଟ ପୋଲ ଓପିନିୟନ ପୋଲର କିଛି ମାନେ ରହୁନାହିଁ
ଗୋଟିଏ ଗୋଟିଏ ରାଜ୍ୟରେ ୪/୫ ପର୍ଯ୍ୟାୟରେ ନିର୍ବାଚନ କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ହେବାକୁ ମାସମାସ ଧରି କାହିଁକି ଲାଗୁଛି, ସେ ନେଇ ମଧ୍ୟ ସନ୍ଦେହ ଉପୁଜିଲା
*ଆୟୋଗ ତରଫରୁ ହାସ୍ୟାସ୍ପଦ ସଫେଇ ଦିଆଗଲା:-*
ଅପରାହ୍ଣ ୫ଟା ପରେ ଭୋଟଦାନ ବଢ଼ିଲା।
*ତେବେ ସତ୍ୟତା କିନ୍ତୁ ଅଲଗା। ୫ଟା ସୁଦ୍ଧା ହୋଇଥିବା ମତଦାନ ହାରରେ ଚଞ୍ଚକତା କରି ଜାଲ ମତଦାନର ବର୍ଦ୍ଧିତ ସଂଖ୍ୟାକୁ ମିଶାଇଦିଆଯାଉଥିଲା।*
ଗତ ୭ ଅଗଷ୍ଟ ରାହୁଲ ଗାନ୍ଧୀ ନିଜ ଅଭିଯୋଗର ପ୍ରମାଣ ଦେଇଛନ୍ତି, ଦେଶ ଆଗରେ ନିର୍ବାଚନ ଆୟୋଗର ଅଭିସନ୍ଧିର ପର୍ଦ୍ଦାଫାସ କରିଛନ୍ତି। ଗତ ୨୦୨୪ରେ କର୍ଣ୍ଣାଟକରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଛି। ଶ୍ରୀ ରାହୁଲ ଗାନ୍ଧି ପ୍ରମାଣ ସହ ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ନିର୍ବାଚନମଣ୍ଡଳୀର ଉଦାହରଣ ଦେଇଛନ୍ତି।
*ଉଦାହରଣ: ୨୦୨୪ ବେଙ୍ଗାଲୁରୁ ସେଣ୍ଟ୍ରାଲ*
ବିଭିନ୍ନ ନିର୍ବାଚନୀ ରାଲିରେ ଲୋକଙ୍କ ଆଗ୍ରହ, ବୁଥ୍ବାହୁଡ଼ା ମତ, କଂଗ୍ରେସର ଆଭ୍ୟନ୍ତରୀଣ ସର୍ବେକ୍ଷଣ ଆଦି ବିଷୟକୁ ବିଚାରକୁ ନେଲେ କଂଗ୍ରେସ ଅତି କମ୍ରେ କର୍ଣ୍ଣାଟକରେ ୧୬ ଲୋକସଭା ଆସନରେ ନିଶ୍ଚିତ ଜିତିବା କଥା। ମାତ୍ର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା। କଂଗ୍ରେସ ଜିତିଲା ମାତ୍ର ୯ ଆସନ। ତେଣୁ ଅବଶିଷ୍ଟ ୭ ଆସନରେ କଂଗ୍ରେସ ପକ୍ଷରୁ ତନାଘନା କରାଗଲା।
*ଉକ୍ତ ଲୋକସଭା ଆସନରେ କଂଗ୍ରେସ ମାତ୍ର ୩୨ ହଜାର ୭୦୭ ଭୋଟରେ ହାରିଥିଲା।*
କଂଗ୍ରେସକୁ ୬,୨୬,୨୦୮ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୬,୫୮, ୯୧୫ ଖଣ୍ଡ ଭୋଟ ମିଳିଥିଲା।
ତେବେ ଯାହା ଚକିତ କଲାପରି ପରିସଂଖ୍ୟାନ, ତାହା ହେଉଛି ଉକ୍ତ ଲୋକସଭା ଆସନର ସମସ୍ତ ବିଧାନସଭା ଖଣ୍ଡରେ କଂଗ୍ରେସ ଅଧିକ ଭୋଟ ପାଇଥିବା ବେଳେ କେବଳ ମହାବେଦପୁରା ବିଧାନସଭା ଖଣ୍ଡରେ କଂଗ୍ରେସ ୧ ଲକ୍ଷ ୧୪ ହଜାର ଭୋଟ ପଛେଇ ଯିବାରୁ ଲୋକସଭା ଆସନରେ କଂଗ୍ରେସ ୩୨ ହଜାର ୭୦୭ ଭୋଟରେ ହାରିଯାଇଥିଲା।
*୨୦୨୪ ଲୋକସଭା ନିର୍ବାଚନରେ ମହାଦେବପୁରା ବିଧାନସଭା ଖଣ୍ଡର ହିସାବ:-*
କଂଗ୍ରେସ: ୧,୧୫,୫୬୮
ବିଜେପି : ୨,୨୯,୬୩୨
ବ୍ୟବଧାନ: ୧,୧୪,୦୪୬
(ଅନ୍ୟ ସମସ୍ତ ବିଧାନସଭା ଖଣ୍ଡରେ କଂଗ୍ରେସ ବହୁ ଭୋଟରେ ଜିତିଛି)
କଂଗ୍ରେସ ପକ୍ଷରୁ ୩୦-୪୦ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ୬ ମାସ କାଳ ମହାଦେବପୁରା ବିଧାନସଭା ଆସନ ଅନ୍ତର୍ଗତ ଭୋଟର ତାଲିକାକୁ ତନ୍ନତନ୍ନ କରି ଅନୁଧ୍ୟାନ କରିବା ପାଇଁ ନିୟୋଜିତ କରାଯାଇଥିଲା। ଉଭୟ କ୍ଷେତ୍ର ଅନୁଧ୍ୟାନ ଓ ଟେବୁଲ୍ ୱର୍କରୁ ଯାହା ଜଣାପଡ଼ିଲା, ତାହା ପାଦତଳୁ ମାଟି ଖସିଗଲା ଭଳି।
ନିମ୍ନଲିଖିତ ୫ଟି ପ୍ରକ୍ରିୟାରେ ନିର୍ବାଚନ ଆୟୋଗ ବିଜେପିକୁ ମୋଟ ୧ ଲକ୍ଷ ୨୫୦ ଖଣ୍ଡ ଭୋଟ୍ ଚୋରି କରିବାରେ ସହଯୋଗ କରିଥିଲେ।
ଡୁପ୍ଲିକେଟ ଭୋଟର: ୧୧,୯୬୫ (ଏଭଳି ଅନେକ ଭୋଟରଙ୍କ ନାମ ତାଲିକାରେ ଦେଖିବାକୁ ମିଳିଲା ଯେଉଁମାନେଙ୍କ ନାମ ଏକାଧିକ ବୁଥ୍ରେ ଥିଲା)। ଗୁରୁକିରଣ ନାମକ ଜଣେ ଲୋକର ସମାନ ଠିକଣା ୪ ପୃଥକ ବୁଥ୍ରେ ଥିବା ରାହୁଲ ଦର୍ଶାଇଥିଲେ।
୪୦,୦୦୯ ଫେକ୍ ଇନ୍ଭେଲିଡ ଠିକଣା: ହାଉସ ନମ୍ବର ‘ଜିରୋ’ ଲେଖାଥିବା ଭୋଟରଙ୍କ ସଂଖ୍ୟା କିଛି କମ୍ ନୁହେଁ। ବାପାଙ୍କ ନାମ abcdefg ବା ghijkl ମଧ୍ୟ ଲେଖାହୋଇଥିବା ଅନେକ ଦୃଷ୍ଟାନ୍ତ ଥିଲା।
ଗୋଟିଏ ଠିକଣାରେ ବହୁ ଭୋଟର: ୧୦,୪୫୨ (୧୦X୧୦ ଆକାରର ଗୋଟିଏ ପ୍ରକୋଷ୍ଠ ବିଶିଷ୍ଟ ଘରେ ୬୦ ଜଣ ରହୁଥିବା ଦର୍ଶାଯାଇଥିଲା)
ଇନ୍ଭେଲିଡ ଫଟୋ: ୪,୧୩୨ ଗୋଟି ଏପରି ବ୍ୟକ୍ତି ତାଲିକାରେ ଥିଲେ ଯେଉଁମାନଙ୍କ ଫଟୋ ଚିହ୍ନିହେଉ ନ ଥିଲା।
ଫର୍ମ-୬ (ନୂଆ ଭୋଟର)ର ଦୁରୁପଯୋଗ: ସାଧାରଣତଃ ୧୮-୨୦ ବର୍ଷ ବୟସର ନୂଆ ଭୋଟରମାନେ ଏହି ପ୍ରକ୍ରିୟାରେ ସାମିଲ ହେବା କଥା। ଅଥଚ ଏଠାରେ ୩୩,୬୯୨ ନୂଆ ଭୋଟର ହୋଇଥିଲେ ଯେଉଁମାନଙ୍କ ମଧ୍ୟରୁ କାହାର ବୟସ ୭୦ ତ ଆଉ କାହାର ପୁଣି ୬୭। ଶକୁନ ରାଣୀ(୭୦)ଙ୍କ ନାମ ୨ ମାସରେ ୨ ଥର ଭୋଟର ତାଲିକାଭୁକ୍ତ ହୋଇଛି
*ମୋଟ ଭୋଟ ଚୋରୀ: ୧,୦୦,୨୫୦*
କୌତୂହଳର କଥା, ୩୩ ହଜାରରୁ କମ୍ ବ୍ୟବଧାନରେ ବିଜେପି ୨୫ଟି ଆସନରେ ଜିତଛି।
ଅନ୍ୟ ପକ୍ଷରେ ଆଉ ମାତ୍ର ୧୫-୨୫ଟି ଲୋକସଭା ଆସନରେ ହାରିଥିଲେ ବିଜେପି କ୍ଷମତାଚ୍ୟୁତ ହୋଇଥା’ନ୍ତା।
ଡିଜିଟାଲ ଭୋଟର ତାଲିକା ଓ ସିସିଟିଭି ଫୁଟେଜ୍ ନିର୍ବାଚନ ଆୟୋଗ ଦେଇଥିଲେ ସାରା ଦେଶରେ ବିଜେପିର ଜାଲିଆତି ଅଳ୍ପ ସମୟରେ ଜଣାପଡ଼ିଥା’ନ୍ତା। ତେବେ ନିର୍ବାଚନ ଆୟୋଗ ତଥ୍ୟ ଦେଲେନାହିଁ।
*ତଥ୍ୟ ଲୁଚାଉଛନ୍ତି ନିର୍ବାଚନ ଆୟୋଗ*
ଶ୍ରୀ ରାହୁଲ ଗାନ୍ଧି ସ୍ପଷ୍ଟ କହିଛନ୍ତି:-
କଂଗ୍ରେସର ପ୍ରତିନିଧିମାନେ ଆୟୋଗଙ୍କ ନିକଟକୁ ଗଲେ, ମୁଁ ଚିଠି ଲେଖିଲି.. କିଛି କାମ ଦେଲାନି। ନିର୍ବାଚନ ଆୟୋଗ ଶୁଣିଲାନାହିଁ। ନିର୍ବାଚନ କମିସନ କ’ଣ ଲୁଚାଉଛନ୍ତି?
ସିସିଟିଭି ଓ ଡିଜିଟାଲ ଭୋଟର ଲିଷ୍ଟ ହିଁ ପ୍ରମାଣ, ଯାହା କି ନିର୍ବାଚନ ଆୟୋଗ ଦେବାକୁ ଚାହୁନାହାନ୍ତି, ନଷ୍ଟ କରିବାକୁ ଚାହାନ୍ତି
୪୫ ଦିନ ପରେ ସିସିଟିଭି ଫୁଟେଜ୍ ନଷ୍ଟ କରିଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି
ଆଧୁନିକ ଯୁଗରେ ଗୋଟିଏ ଡ୍ରାଇଭ୍ରେ ୫୦ ବର୍ଷର ଡାଟା ରହିପାରିବ; ଏମାନେ କାହିଁକି ସବୁ ନଷ୍ଟ କରୁଛନ୍ତି?
*ରାଜନେତାଙ୍କ ଭଳି ଆୟୋଗର ଆଚରଣ*
ଆୟୋଗ କହୁଛନ୍ତି, ଶପଥ କରି କହିବ କି, ସତ୍ୟ କହିଛ ବୋଲି? ଆୟୋଗ, ରାଜନେତାମାନଙ୍କ ଭଳି କହୁଛନ୍ତି, ବିଜେପିର ଭାଷା, ନିର୍ବାଚନ ଅୟୋଗର ନୁହେଁ।
ସତ ବୋଲି ପ୍ରମାଣ ରଖିଛନ୍ତି ବୋଲି ତ ସର୍ବସାଧାରଣରେ ରାହୁଲଜୀ କହିଲେ!
ଆମେ ଗୋଟିଏ ଜାଗାର ତଥ୍ୟ ଦେଲୁ; ଆହୁରି ଅନେକ ଜାଗାରେ ହୋଇଥିବ। ଆମେ ମଡେଲ ଦେଖେଇଲୁ, ଅନ୍ୟ ଜାଗରେ ହୋଇଛି କି ନାହିଁ ତୁମେ ବାହାର କର।
ରାଜନେତାଙ୍କ ଭଳି ମନ୍ତବ୍ୟ ଦିଅନାହିଁ; ଆମ ତଥ୍ୟ ଭୁଲ୍ ବୋଲି ପ୍ରମାଣ କର।
*ଦିବାଲୋକରେ ଗଣତନ୍ତ୍ରର ଅପହରଣ*
ଦେଶର ଅଗଣିତ ଗରିବ ଲୋକଙ୍କର ‘ଭୋଟ୍’ ନାମକ ଏକମାତ୍ର କ୍ଷମତା/ଶକ୍ତିକୁ ବି ଅୟୋଗ ଛଡ଼ାଇନେଇଯାଉଛନ୍ତି..
ଅମ୍ପାୟାର ହିଁ ବିପକ୍ଷ ଦଳର, ନିରପେକ୍ଷତା ଆଶା କରିବା ମୂର୍ଖତା
ଆମେ ମହାରାଷ୍ଟ୍ରରେ ହାରିବା ପରେ ଏ କଥା ଉଠାଉଛୁ ବୋଲି ଆୟୋଗ କହିପାରିବେ ନାହିଁ; ଆମେ ଆଗରୁ ମଧ୍ୟ ଲେଖିଥିଲୁ
*ଓଡ଼ିଶାରେ ମଧ୍ୟ ଅନୁରୂପ ଜାଲିଆତି ନେଇ ବିଶିଷ୍ଟ ସାମ୍ବାଦିକ ପୁଣ୍ୟପ୍ରସୂନ ବାଜପେୟୀଙ୍କ ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖଯୋଗ୍ୟ। ଓଡ଼ିଶାରେ ମୋଟ ୪୨ ଲକ୍ଷ ଭୋଟ ଚୋରିହୋଇଛି। ଅର୍ଥାତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ଲେଖାଏ ଭୋଟ୍ ଚଞ୍ଚକତା।
ତେଣୁକରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଲୋକସଭା ଓ ବିଧାନସଭା ଭୋଟ୍ରେ ମାତ୍ରାଧିକ ଅସାମଞ୍ଜସ୍ୟକୁ ‘ଟେକ୍ଟିକାଲ ଭୋଟିଂ’ କହି ନିରବ ରହିବା ମୂର୍ଖାମୀ। ଏହା
ବରଂ ବ୍ୟାପକ ହେରଫେରର ପ୍ରମାଣ।
