ମକ ଡ୍ରିଲ୍ ପୂର୍ବରୁ ମଙ୍ଗଳବାର ସକାଳେ ଗୃହ ମନ୍ତ୍ରଣାଳୟ ଡାକିଲା ଜରୁରୀ ବୈଠକ

ଆତଙ୍କୀଙ୍କ ଉପରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଏଥିର ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଆରପାର ଲଢ଼େଇ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି । ମେ’ ୭ ତାରିଖରେ ବାଜିବ ସାଇରନ । ଯୁଦ୍ଧ ସମୟରେ ଯେପରି ସାଇରନ ବାଜିଥାଏ ଠିକ ସେହିପରି ଶବ୍ଦ ଶୁଣିବାକୁ ମିଳିବ । ସମସ୍ତ ରାଜ୍ୟକୁ ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ୧୦ ତାରିଖ ସୁଦ୍ଧା ପୂରା ଦେଶରେ ସରିବ ମକଡ୍ରିଲ୍‌ । ଏଥିରେ ସାଧାରଣ ଲୋକ ବି ସାମିଲ ହେବେ । ଏହା ପୂର୍ବରୁ ଗୃହ ସଚିବ ଗୋବିନ୍ଦ ମୋହନ ମଙ୍ଗଳବାର ସକାଳ ୧୦ଟା ୪୫ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏହି ବୈଠକରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA), ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳ (NDRF), ରେଳ ବୋର୍ଡ ଓ ବାୟୁ ସୁରକ୍ଷା ପ୍ରତିନିଧିମାନେ ଉପସ୍ଥିତ ରହିବେ। ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ।

ଅଧିକ ପଢନ୍ତୁ

kc ads