ନିର୍ବାଚନରେ ପରାଜୟ ପରେ ବିଜେଡିରେ ଦେଖାଦେଲାଣି ଦଳୀୟ ଗୋଷ୍ଠୀକନ୍ଦଳ। ବିଭିନ୍ନ ସ୍ଥାନରେ ଦଳରେ ଫାଟ ସୃଷ୍ଟି ହୋଇ କଳି ପଦାରେ ପଡ଼ିଥିବା ବେଳେ ଏବେ ବାଲେଶ୍ୱର ବିଜେଡିରେ ସମାନ ସ୍ଥିତି ଉପୁଜିଛି। ଦଳୀୟ କନ୍ଦଳ ସାଂଘାତିକ ରୂପ ଧାରଣ କରି ଏବେ ଚର୍ଚ୍ଚାର କାରଣ ପାଲଟିଛି |ସୂଚନା ଅନୁସାରେ, ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡର ବିଜେଡି କାଉନସିଲର ଶଶୀରେଖା ମହାନ୍ତି ୨୨ ନମ୍ବର ୱାର୍ଡର କାଉନସିଲର ଦେବାଶିଷ ସିଂଙ୍କ ନାଁରେ ଦୁର୍ବ୍ୟବହାର ସହ ଜାତିଆଣ ଅଭିଯୋଗ ଆଣିଛନ୍ତି ।
ଏନେଇ ଗତ ନଭେମ୍ବର ୧ ତାରିଖରେ ସହଦେବ ଖୁଣ୍ଟା ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ଏ ଯାଏଁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରି ବିଜେଡିର ଏକ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।ଶଶିରେଖାଙ୍କ ଅଭିଯୋଗ ଅନୁସାରେ, ୨୨ ନମ୍ବର ୱାର୍ଡର ବିଜେଡି କାଉନସିଲର ଦେବାଶିଷ ସିଂହ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ ଗତ ୧ ତାରିଖରେ ସେ ସହଦେବଖୁଣ୍ଟା ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଏଯାଏ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି।