ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଯେଉଁ ମଠ ମନ୍ଦିରଗୁଡ଼ିକରେ ସ୍ଥାନରେ ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ଅଛି, ଏସବୁ କଥା ଗୁଡ଼ିକୁ ଆଡ୍ରେସ କରାଯିବ। ନିର୍ଦ୍ଦିଷ୍ଟ ରୂପରେଖ ଖୁଵ ଶୀଘ୍ର ସ୍ପଷ୍ଟ ହେବ। ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ ଅଛି ସେଗୁଡ଼ିକର ସୁରକ୍ଷା ଆମ ପ୍ରାଥମିକତା। ସେଥିପାଇଁ ଯାହା ଯାହା ଆବଶ୍ୟକ, ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ। ମଠ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ କିମ୍ବା ପରିଚାଳନା ଦୃଷ୍ଟିରୁ ଓ ଅବସ୍ଥିତି ଦୃଷ୍ଟିରୁ ଯେଉଁ ସବୁ ଅସୁବିଧା ଥିଲା ତାକୁ ପ୍ରାଥମିକତା ଦେଇ ଚାଲିବୁ।