ମଡେଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ,(ଓଡ଼ିଶା ଦର୍ପଣ): ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯୁବ ରେଡକ୍ରସ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଓ ଡକ୍ଟର ସୁନୀଲ ଚନ୍ଦ୍ର ପ୍ରଧାନ ଶିବିର ପରିଚାଳନା କରିଥିଲେ। ଲାଠିପଡ଼ା ପ୍ରାଥମିକ ଚିକିତ୍ସାକେନ୍ଦ୍ରର ଡାକ୍ତର ଚିନ୍ମୟ ସାହୁ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଉକ୍ତ ଶିବିରରେ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀମାନଙ୍କ ଉଚ୍ଛ୍ବସିତ ଆଗ୍ରହ ପରିଲକ୍ଷିତ ହୋଇ ୮୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ନୟାଗଡ଼ର ବ୍ଳଡ୍ ବ୍ୟାଙ୍କ ଅଧିକାରୀମାନେ ଶିବିର ସୁପରିଚାଳନାରେ ସହଯୋଗ କରିଥିବା ବେଳେ ଏଚ୍.ଡି.ଏଫ୍.ସି. ବ୍ୟାଙ୍କ ତରଫରୁ ରକ୍ତଦାନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଗୌରମୋହନ ସାହୁ, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ଡକ୍ଟର ଅପରାଜିତା ମିଶ୍ର, ଡକ୍ଟର ଅନୀୟ କୁମାର ସାମନ୍ତରା, ଡକ୍ଟର ସନ୍ତୋଷ କୁମାର ବେହେରା,  ରୀନାବାଳା ଘଡ଼େଇ, ରୀତିଶ୍ରୀ ମଲ୍ଲିକ, ଡକ୍ଟର ପ୍ରକାଶ କୁମାର ସାହୁ, ମଧୁସ୍ମିତା ମହାପାତ୍ର, ଡକ୍ଟର ଗିରିଶ ଚନ୍ଦ୍ର ନାୟକ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଅଧିକ ପଢନ୍ତୁ