ଅଶାନ୍ତ ରହିଛି ମଣିପୁର । ମଣିପୁରରେ ଆଉ ୬ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର ମୋହର ବାଜିଛି । ଫେବୃଆରୀ ୧୩ରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ବିଧାନସଭା ଭଙ୍ଗ କରିଥିଲେ । ଦେଶର ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସଂସଦର ଅନୁମତି ଜରୁରୀ। ପ୍ରତି ୬ ମାସରେ କେନ୍ଦ୍ର ସରକାର ସଂସଦର ଅନୁମତି ନେବା ନିହାତି ଜରୁରୀ ଅଟେ।
