ମଣିଷ ଦେହରେ ବାର୍ଡ ପ୍ଲୁ ସନ୍ଦେହ । ପୁରୀ ମଙ୍ଗଳପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ସନ୍ଦେହ କରାଯାଉଛି ।ଖୁବଶୀଘ୍ର ସଂପୃକ୍ତ ବ୍ୟକ୍ତି ରିପୋର୍ଟ ଆସିବ। ରିପୋର୍ଟ ଯାଇଥିବା ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହେଉଥିଲା। ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ବ୍ୟାପୁଛି।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସଂକ୍ରମଣ ବ୍ୟାପୁଥିବା ଅଂଚଳର ଗୋଟିଏ କିଲୋମିଟରରୁ ୧୦ କିଲୋମିଟର ଭିତରେ ସର୍ଭେଲାନ୍ସ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଘରକୁ ଘର ବୁଲି ଆଶାକର୍ମୀ ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି। ଏଥିପାଇଁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସଂକ୍ରମଣ ବ୍ୟାପୁଥିବା ଅଂଚଳରେ ଏନ୍-୯୫ ମାସ୍କ ବଣ୍ଟାଯାଉଛି।ସଂକ୍ରମଣ ଚିହ୍ନଟ ହୋଇଥିବା ଅଞ୍ଚଳରେ ଜ୍ବର ବ୍ୟାପୁଥିବାରୁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ ରିପୋର୍ଟ ଦେବାକୁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି । ବାର୍ଡ ଫ୍ଲୁ ରୋକିବାକୁ ଜୋରଦାର ଚାଲିଛି କୁକୁଡା ମରା ଅଭିଯାନ । ୪ଦିନ ମଧ୍ୟରେ ୨୮ହଜାରରୁ ଅଧିକ କୁକୁଡା ମାରି ପୋତା ଗଲାଣି ।