କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମନ୍ତରାୟ ପ୍ରତିକ୍ରିୟା ରଖି କହିଛନ୍ତି । ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି କହିଲେ । ଅନ୍ୟ ରୋଗ ଯୋଗୁଁ ଚାଷୀ ତ୍ରିଲୋଚନ ନାୟକଙ୍କ ଦେହାନ୍ତ ହୋଇଛି । ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ, ସମବାୟ ବିଭାଗ ତଦନ୍ତ କରୁଛି । ସୂଚନାମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଶେଷରେ ଆଖି ବୁଜି ଥିବା ଅଭିଯୋଗ ହୋଇଛି । ତ୍ରିଲୋଚନଙ୍କ ଜାନୁଆରୀ ୧୬ରେ ଧାନ ସଂଗ୍ରହ ପାଇଁ ମେସେଜ ଆସିଥିଲା । ମଣ୍ଡି ପରିବର୍ତ୍ତେ ମିଲ କୁ ଧାନ ନେବାକୁ ସମବାୟ ସମିତି ସମ୍ପାଦକ କହିବା ପରେ ମିଲକୁ ଧାନ ନେଇ ଯାଇଥିଲେ । ରାମଚଣ୍ଡୀ ମିଲରେ ୩ ଦିନ ଧରି ଧାନ ଜଗି ରହିଥିଲେ । ମିଲରକୁ କୁଇଣ୍ଟାଲ ପିଛା ୬ କେଜି ବାଦେ ୩ କୁଇଣ୍ଟାଲ ଧାନ ଓ ୩ ହଜାର ଟଙ୍କା ଅନଲୋଡ ପାଇଁ ଦେବା ପରେ ମଧ୍ୟ ଧାନ ଅନଲୋଡ଼ ହେଲାନି । ତ୍ରିଲୋଚନଙ୍କର ସମୁଦାୟ ୯ କୁଇଣ୍ଟାଲ ଧାନ କାଟିବା ସହ ଧାନ ଦେବା ପାଇଁ ୧୮ ହଜାର ଖର୍ଚ୍ଚ କରିବାକୁ ପଡିଥିଲା । ସେବା ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଧରି ଦୌଡ଼ି ଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ବିଜେଡି ପ୍ରେସମିଟ କରି କହିଥଲା ଯେ, ଚାଷୀର ମୃତ୍ୟୁ ପାଇଁ ବିଜେପି ସରକାର ଦାୟୀ ।
