ବୁଧବାର ଠାରୁ ବରଗଡ଼ରେ ଦାନକିଣା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ କରିଛନ୍ତି । ସମ୍ବଲପୁରରେ ୨୧ ତାରିଖରୁ ଆରମ୍ଭ ହେବ । ଧାନ ସଂଗ୍ରହ ପାଇଁ ନିକ୍ଷୁଣ ବ୍ୟବସ୍ଥା ସରକାର କରିଛନ୍ତି । ପୋଲିସ ପାଟ୍ରୋଲିଂ କରିବ । ଧାନ କିଣା ଆରମ୍ଭ ରୁ ଧାନ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏ ଅଧିକୃତ ଅଧିକାରୀ ରହିବେ ଏବଂ ଦେଖିବେ କଟନୀ ଛଟନୀ ହେଉଛି । ଏହା ସହ ଚାଷୀ ତାହାର ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ ସେନେଇ ମଧ୍ୟ ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ କରାଯିବ ଏହାପରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଏ ନେଇ ରିପୋର୍ଟ ପ୍ରଦାନ କରିବେ । ଏଥିସହ ୪ ରୁ ୫ ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଦଲାଲ ମାନେ ଯେମିତି ମଣ୍ଡି ମଧ୍ୟକୁ ଆସିପାରିବେ ନାହିଁ ସେ ନେଇ ମଧ୍ୟ ପୋଲିସ ପାଟ୍ରୋଲିଂ କରାଯିବ । ସୀମାରେ ଜଗିବା ପାଇଁ କ୍ୟାମେରାଯୁକ୍ତ ଗାଡି ବ୍ୟବସ୍ଥା କରାଯାଇଛି । ଯେଉଁଠି ଅଧିକ ଧାନ ଆସିବ ସେଠୀ ଅଧିକ ମେସିନ ସରକାର ଯୋଗାଇ ଦେବେ । ଯେଉଁ ଚାଷୀ ଟୋକନ ଲାପସ କରିଯିବ ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଛି ଟୋକନ ଜେନେରେଟ୍ କାରିବା ପାଇଁ ।