ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବ ଅବଧି, ଯାହାକୁ ସାଧାରଣତଃ ନୀରବ ଅବଧି ବୋଲି କୁହାଯାଇଥାଏ, ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।ଆସନ୍ତା ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ନୂଆପଡ଼ାରୁ ଜବତ ହେଲାଣି ୧ କୋଟି ୨୨ ଲକ୍ଷ ନଗଦ ଟଙ୍କା । ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ । ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବେ ନିର୍ବାଚନ ଅଧିକାରୀ । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାହାରୁ ଯିଏ ନୂଆପଡ଼ା ଯାଇଛନ୍ତି ସମସ୍ତେ ବାହାରିବେ, ସମସ୍ତ ଗାଡ଼ି ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରକୃତ ଭୋଟରଙ୍କର ଯାଞ୍ଚ ହେବ ।ଯଦି କୌଣସି ରାଜନୈତିକ ବ୍ୟକ୍ତିତ୍ବ ଚିକିତ୍ସା ନିମନ୍ତେ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ଅକ୍ଷମତା ପ୍ରକାଶ କରନ୍ତି, ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ସହିତ ପରାମର୍ଶ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଏକ ମେଡିକାଲ ବୋର୍ଡ ଦ୍ଵାରା ଏହାର ଯାଞ୍ଚ କରାଯିବ । ଏପରି ଛାଡ଼ କେବଳ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ସହିତ ବିଚାର କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତି ଭିଡିଓ ନିରୀକ୍ଷଣ ମଧ୍ୟରେ ରହିବା ସହିତ ସମସ୍ତ ରାଜନୈତିକ କାର୍ଯ୍ୟକଳାପରୁ ବିରତ ରହିବେ । ପବ୍ଲିକ ମିଟିଙ୍ଗ, ପ୍ରୋସେସନ, ଟିଭି ମିଡିଆରେ ପ୍ରଚାର ପ୍ରସାର ୪୮ ଘଣ୍ଟା ପୂର୍ବରୁ ବନ୍ଦ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ମିଡିଆ କଭରେଜ, ଇଲେକ୍ସନ କଣ୍ଟେଣ୍ଟ କଭରେଜ କରନ୍ତୁ ନାହିଁ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ନ୍ୟୁଜ୍ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ପଲିଟିକାଲ କଣ୍ଟେଣ୍ଟ ଯାହା ଭୋଟରଙ୍କୁ ପ୍ରଭାବିତ କରିବ ସେଭଳି ନ କରିବାକୁ ଅନୁରୋଧ । ୧୦ ତାରିଖ ସକାଳୁ ପୋଲିଂ ବୁଥ୍ ନିକଟକୁ ପୋଲିଂ ଅଧିକାରୀ ବାହାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
