ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ମଇଁଷି ଭୀମକୁ ନେଇ ଚର୍ଚ୍ଚା ।

୬ ଲକ୍ଷ ଛୁଆର ବାପା । ଦାମ ୩୬ ଲକ୍ଷ ଟଙ୍କା । ଦିନକୁ ଖାଏ ୭୫ ହଜାର ଟଙ୍କା ର ଖାଦ୍ୟ । ୨୪ କୋଟି ଟଙ୍କାର ମଇଁଷି ଭୀମ ସହ ଫୋଟୋ, ଭିଡିଓ ଉଠାଇବାକୁ ଲୋକଙ୍କ ଭିଡ଼ । ରାଜସ୍ଥାନ ଜୋଧପୁର ରୁ ଆସିଛି ଭୀମ । ରାଜା ଭଳି ସଜେଇ ହୋଇଛି । ୧୬ଶହ କେଜି ଓଜନର, ଚିକଣ କଳା ରଙ୍ଗର ଭୀମ ଦେହରେ ପ୍ରତିଦିନ ଲାଗୁଛି ଏକ କେଜି ଭେସଲିନ, ୧ଲିଟର ସୋରିଷ ତେଲ । କାଜୁ ବାଦାମ ଏକ କେଜି ସହ ଦିନକୁ ପ୍ରାୟ ୩୫ କେଜିର ଖାଦ୍ୟ ଖାଉଛି ଭୀମ । ଇଓ ଦ୍ୱାରା ଭୀମରୁ ସିମେନରୁ ଏବେ ସୁଦ୍ଧା ୬ ଲକ୍ଷ୍ ମଇଁଷି ଛୁଆ ଜନ୍ମ ହେଇସାରିଲେଣି । ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ଏଇ ପ୍ରଜାତି ମଇଁଶିର ବେଶ ଚାହିଦା ରହିଛି ।ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ରେ ସ୍ଵତନ୍ତ୍ର ଷ୍ଟଲ୍ ରେ ସ୍ଥାନ ପାଇଛି । ଲକ୍ଷ୍ୟ ରହିଛି ଏହାର ସିମେନ୍ସ ରୁ ଅଧିକରୁ ଅଧିକ ଛୁଆ ଓଡ଼ିଶାରେ ଜନ୍ମାଇବା। ଭୀମଙ୍କ ଓନର ଜଣେ ଆଇଏଏସ ଅଧିକାରୀ ଙ୍କ ପୁଅ।

ଅଧିକ ପଢନ୍ତୁ