ମଦୁଆ ସ୍ବାମୀ ପାଇଁ ଜୀବନ ହାରିଲେ ସ୍ତ୍ରୀ

ସ୍ୱାମୀର ମଦ ପିଇବା ସହିନପାରି ସ୍ତ୍ରୀର ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ସୋର ଉତ୍ତରେଶ୍ବର ଅଞ୍ଚଳରେ । ମୃତକ ହେଉଛନ୍ତି ସଂଜୁଲତା ନାୟକ । ସଞ୍ଜୁଲତାଙ୍କ ସ୍ବାମୀ ଅନେକ ସମୟରେ ମଦ୍ୟପାନ କରି ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ । ଏପରିକି ତାଙ୍କ ସ୍ବାମୀ ମଦ ପିଇ ଅନେକ ଥର ଦୁର୍ଘଟଣାର ଶିକାର ମଧ୍ୟ ହୋଇଥିଲେ । ଯାହାକୁ ନେଇ ସଂଜୁଲତା ମଦ ପିଇଲେ ଆତ୍ମହତ୍ୟା କରିଦେବା ନେଇ ଚେତାବନୀ ଦେଇଥିଲେ । ହେଲେ ତାଙ୍କ କଥାକୁ ଖାତିର ନକରି ସ୍ବାମୀ ଅନାଦି ପୁଣି ମଦ୍ୟପାନ କରିବାରୁ ସଂଜୁଲତା ପ୍ରଥମେ ବିଷ ପିଇ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସଂଜୁଲତା ଏକ ଚିଠି ଛାଡି ଯାଇଥିଲେ । ଯେଉଁଥିରେ ସେ ଅନାଦି ମଦ ପିଇବା ନଛାଡିବାରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ପୋଲିସ ମୃତଦେହ ଜବତ କରି ଛାନ୍‌ଭିନ୍‌ କରୁଛି ।

ଅଧିକ ପଢନ୍ତୁ