ମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତକାଣ୍ଡ। ଯାତ୍ରୀବାହୀ ବସକୁ ଠିଆ କରି ଆବର୍ଜନା ପୋଖରୀକୁ ମାରିଲେ ଡିଆଁ ।

ମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତକାଣ୍ଡ। ଅଧା ରାସ୍ତାରେ ଯାତ୍ରୀବାହୀ ବସକୁ ଠିଆ କରି ଆବର୍ଜନା ପୋଖରୀକୁ ମାରିଲେ ଡିଆଁ । ଯେପରି ସେ ସୁଇମିଙ୍ଗ ପୁଲର ମଜା ଉଠାଉଛନ୍ତି । ତାଙ୍କ ହରକତ ଦେଖି ଲୋକେ ଛାନିଆ ।ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଡୁବୁରୀ ଛକରେ ଦେଖିବାକୁ ମିଳିଛି ଏପରି ଘଟଣା । ଭାଇଙ୍କ ଏଭଳି ଜଳକ୍ରୀଡ଼ା ଦେଖିବାକୁ ରାସ୍ତା ପୁରା ଜାମ । ବହୁ ସମୟ ପରେ ୨ ଜଣ ଉଦ୍ଧାର ପାଇଁ ବାହାରି ଉଦ୍ଧାର କଲେ ।ଏତେ ସମୟ ଧରି କେହି ଉଦ୍ଧାର ପାଇଁ ଆସୁ ନ ଥିଲେ। ହେଲେ ବିଳମ୍ବ ରେ ହେଲେ ବି ୨ ଜଣ ଆସି ଏହି ମହତ କାର୍ଯ୍ୟ କରିଛନ୍ତି। ଏ ଦୁହେଁ ବି ମଦ ପିଇଛନ୍ତି । ତାଙ୍କ ଚାଲିଚଳନ ଦେଖିଲେ ସବୁ ବୁଝା ପଡୁଥିଲା ।ବସଟି ଯାତ୍ରୀଙ୍କୁ ନେଇ ଯାଜପୁର ରୋଡରୁ ବ୍ରାହ୍ମଣୀପାଳ ଦଇତାରୀ ଯିବାର ଥିଲା । କିନ୍ତୁ କଳିଙ୍ଗନଗର ଡୁବୁରୀ ଛକରେ ବସ୍ ରଖିକି ଘଟାଇଥିଲା ଏହି କାଣ୍ଡ ।

ଅଧିକ ପଢନ୍ତୁ

kc ads