କୁଜଙ୍ଗ ଥାନା ବନାପାଟ ଗାଁରେ ଅଭାବନୀୟ ଘଟଣା। ମଦ ନପିଇବାରୁ ନାବାଳକକୁ ନିସ୍ତୁକ ମାଡ଼। ମଙ୍ଗଳବାର ରାତିରେ ଜଣେ ନାବାଳକକୁ କିଛି ଯୁବକ ବଳପୂର୍ବକ ମଦ ପିଆଇ ମାଡ଼ ମାରିଥିଲେ। ଏହି ଘଟଣା ପ୍ରଘଟ ପରେ ନାବାଳକର ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଅଭିଯୁକ୍ତମାନେ ଦିନ ପ୍ରାୟ ସାଢ଼େ ଦୁଇଟା ସମୟରେ ନିଶା ସେବନ କରୁଥିବା ବେଳେ ନାବାଳକ ପୁତ୍ର ସେହି ନିକଟରେ ଥିବା ପଡ଼ିଆକୁ ଶୌଚ ପାଇଁ ଯାଇଥିଲାl ଦୁଇଜଣ ଅଭିଯୁକ୍ତ ତାଙ୍କୁ ସେଠାରୁ ଡ଼ାକିନେଇ ଘରେ ପୁରାଇ ବଳପୂର୍ବକ ନିଶା ପିଆଇ ଥିଲେ।ମାତ୍ର ନାବାଳକ ଜଣଙ୍କ ଅରାଜି ହେବାରୁ ସେମାନେ ଏକ ଠେଙ୍ଗାରେ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିଲେ । ଏହାର ଭିଡିଓ ମଧ୍ୟ ଉତ୍ତୋଳନ କରି ସୋସିଆଲ ମିଡି ଭାଇରାଲ୍ କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ନାବାଳକର ବାପା ଜଗବନ୍ଧୁ ସ୍ୱାଇଁ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ । ଏହି ଘଟଣାରେ ପୁଲିସ ମାମଲା ରୁଜୁ କରିବା ସହିତ ଜଣଙ୍କୁ ଗିରଫ କରିଥିବା ଜଣାପଡିଛିl
