ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ । ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ । ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ ପାଇଁ ଯାଇଥିବା ବେଳେ ଅଘଟଣ । ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆଜି ମନ୍ଦସୌର ଗସ୍ତରେ ଥିଲେ। ମନ୍ଦସୌରରେ ଗାନ୍ଧୀ ସାଗର ଅଭୟାରଣ୍ୟ ଅଛି, ଯେଉଁଠାରେ ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ମୁଖ୍ୟମନ୍ତ୍ରୀ ପ୍ରସ୍ତୁତିର ସମୀକ୍ଷା କରିବାକୁ ଏଠାରେ ପହଞ୍ଚିଥିଲେ। ଏହି ସମୟରେ, ସେ ହଟ୍ ଏୟାର ବେଲୁନରେ ବସିବା ପାଇଁ ସେଠାକୁ ପହଞ୍ଚିଥିଲେ। ଯେତେବେଳେ ସେ ବେଲୁନ ଭିତରେ ଥିଲେ, ଉକ୍ତ ବେଲୁନରେ ନିଆଁ ଲାଗିଗଲା। କିନ୍ତୁ ତାଙ୍କ ସୁରକ୍ଷା ପାଇଁ ଉପସ୍ଥିତ ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ବାହାର କରି ନିଆଁ ଲିଭାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବେଲୁନରେ ଚଢ଼ିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ଥିଲା। ଏପରି ପରିସ୍ଥିତିରେ ବେଲୁନ ଆଗକୁ ବଢ଼ି ପାରିନଥିଲା। ଏଠି ଯୋଗୁଁ ବେଲୁନରେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital