ମଧ୍ୟପ୍ରାଚ୍ୟରେ ବଢୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି । ମୋଦି କହିଛନ୍ତି,ବିଶ୍ବରେ ଚାଲିଥିବା ବିଭିନ୍ନ ବିବାଦ ନେଇ ଭାରତର ଚିନ୍ତାଧାରା ସମ୍ପୂଣ ସ୍ପଷ୍ଟ। ଆମେ ଶାନ୍ତି ବଜାୟ ରଖିବାକୁ ସମର୍ଥନ କରିଆସିଛୁ। ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଦେଶ ସହିତ କାମ କରିବୁ। ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡ଼ା ହୁଅନ୍ତି, ଶାନ୍ତିର ସ୍ୱର ଆହୁରି ଶକ୍ତିଶାଳୀ ହୁଏ।ନୂଆଦିଲ୍ଲୀରେ କାନାଡା ପ୍ରଧାନମନ୍ତ୍ରୀ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ ସମର୍ଥନ କରେ। ଆମେ ଏହି ଅଞ୍ଚଳରେ ସମସ୍ତ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଦେଶ ସହିତ କାମ କରିବୁ।’ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଗୋଟିଏ ପରେ ଗୋଟିଏ ବଡ଼ ଆକ୍ରମଣ କରିଚାଲିଛନ୍ତି । ପ୍ରତିଶୋଧ ସ୍ୱରୂପ ଇରାନ ଇସ୍ରାଏଲ, ୟୁଏଇ, ବାହାରିନ, କତାର ଏବଂ କୁୱେତ ଭଳି ଅନେକ ମଧ୍ୟ-ପ୍ରାଚ୍ୟ ଦେଶ ଉପରେ ମଧ୍ୟ ବଡ଼ଧରଣର ଆକ୍ରମଣ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଟେଲିଫୋନରେ କଥା ହୋଇଛନ୍ତି।
