ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ହଠାତ୍ ଖସିଲା ଅଣ୍ଡା ଦର

ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା କେବେ ଶେଷ ହେବ ତାହାର କୌଣସି ନିଶ୍ଚିତତା ନାହିଁ ।ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଉପସାଗରୀୟ ଦେଶଗୁଡ଼ିକୁ ଭାରତର ଅଣ୍ଡା ରପ୍ତାନିକୁ ବନ୍ଦ କରିଦେଇଛି, ଯାହା ଫଳରେ ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି ।ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର କର୍ଣ୍ଣାଟକରେ ଅଣ୍ଡା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରତି ଅଣ୍ଡାର ମୂଲ୍ୟ ୭.୦୬ ରୁ ହ୍ରାସ ପାଇ ୪.୬୦ ହୋଇଛି । ଏହି କାରଣରୁ ବ୍ୟବସାୟୀମାନେ ସ୍ପଷ୍ଟ ଭାବରେ ଚିନ୍ତା ପ୍ରାକଶ କରିଛନ୍ତି ।ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ପ୍ରତିଦିନ ଓଡ଼ିଶାରେ ୧୩୮.୩୬ ଲକ୍ଷ ଅଣ୍ଡାର ଆବଶ୍ୟକ ରହିଥିବା ବେଳେ ୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଉତ୍ପାଦନ କରନ୍ତି ଓଡ଼ିଶା କୁକୁଡ଼ା ଚାଷୀ। ପ୍ରଶ୍ନ ଉଠୁଛି ତଥାପି ଅଣ୍ଡା ଦର ଏତେ ଶସ୍ତା ହେଲା କେମିତି। ଏହାର ଉତ୍ତର ଆସିଛି ଯୁଦ୍ଧ କ୍ଷେତ୍ରରୁ। ଆନ୍ଧ୍ର, ତେଲେଙ୍ଗାନାର ଅଣ୍ଡା ମଧ୍ୟ ପ୍ରାଚ୍ୟ ଦେଶକୁ ରପ୍ତାନୀ ହୋଇ ପାରୁନାହିଁ। ତେଣୁ ଆନ୍ଧ୍ର ଚାଷୀ ଓଡ଼ିଶା କୁ ପ୍ରଚୁର ପରିମାଣରେ ଅଣ୍ଡା ରପ୍ତାନୀ କରୁଛନ୍ତି। ସେଥିପାଇଁ ରାଜ୍ୟରେ କମିଛି ଅଣ୍ଡା ରେଟ୍।ରାଜ୍ୟ ନନ୍ ଭେଜ୍ ସପ ଆସୋସିଏସନ୍ ତଥ୍ୟ ଅନୁସାରେ ଏବେ ଆନ୍ଧ୍ର ୫ ହଜାର ପେଟି ଅଣ୍ଡା ଓମାନ, ଇରାକ, ଇରାନ, ସାଉଦି ଭଳି ଅନେକ ଦେଶ କୁ ପଠାଇ ଥାଏ। ଯୁଦ୍ଧ ଯୋଗୁଁ ଆନ୍ଧ୍ର ଓ ତେଲେଙ୍ଗାନା ବେପାର ବନ୍ଦ ହୋଇଯାଇଛି ।

ଅଧିକ ପଢନ୍ତୁ