ମନି ଗେମ୍ ବନ୍ଦ କଲେ ଡ୍ରିମ-୧୧ ଓ ମାଇ୧୧

ସଂସଦରେ ଅନଲାଇନ୍ ଗେମିଂ ବିଲ୍ ୨୦୨୫ ଗୃହୀତ ହେବା ମାତ୍ରେ, Dream11, MPL, Zupee ଇତ୍ୟାଦି ସେମାନଙ୍କର ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଅନଲାଇନ୍ ଗେମିଂ ବିଲ୍‌ରେ ନିୟମ ଉଲ୍ଲଂଘନ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଜେଲ୍ ବ୍ୟବସ୍ଥା କରିଛନ୍ତି।ଡ୍ରିମ-୧୧ ପକ୍ଷରୁ ଏକ ବୟାନ ଜାରି କରି ମନି ଗେମ ବନ୍ଦ ହେବା ବିଷୟରେ ସୂଚନା ଦିଆଯାଇଛି । ମନି ଗେମର ଅର୍ଥ ହେଉଛି ଯେ ଗେମରେ ଅର୍ଥ ଲଗାଇବାକୁ ପଡ଼େ ଓ ସେଥିରେ ଅର୍ଥ ପୁରସ୍କାର ଥାଏ । ମନିଗେମ ବନ୍ଦ କରି ଡ୍ରିମ-୧୧ ସୋସିଆଲ ଗେମରେ ଫୋକସ କରିବା ଆରମ୍ଭ କରିଛି । ଏହି ଗେମରେ କୌଣସି ଅର୍ଥ ଲଗାଇବାକୁ ପଡ଼ିନଥାଏ । ଏଥିରେ ଯୋଗ ଦେବା ମାଗଣା ଓ ପୁରସ୍କାର ବାବଦରେ ନଗଦ ଅର୍ଥ ବଦଳରେ ଆଇଫୋନ, ଆଇପ୍ୟାଡ୍ ଆଦି ପୁରସ୍କାର ରହିଛି । ସେହିପରି ମାଇ୧୧ ସର୍କଲ ପକ୍ଷରୁ ମଧ୍ୟ ମନି ଗେମ ବନ୍ଦ କରି ସୋସିଆଲ ଗେମ ଚାଲୁ କରାଯାଇଛି ।

ଅଧିକ ପଢନ୍ତୁ