IAS ସ୍ତରରେ ଅଦଳବଦଳ । ବିବାଦ ପରେ ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ଆଇଏଏସ୍ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ ମିଳିଛି । ୨୦୦୬ ବ୍ୟାଚ୍ର ଆଇଏଏସ୍ ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ।ସୂଚନାଥାଉକି, ବିଜେପି ସରକାର ଗଠନ ହେବା ପରଠାରୁ ଆଇଏଏସ ମନୋଜ କୁମାର ସାହୁ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଜରୁରୀ ଭାବେ ତାଙ୍କୁ ଡେପୁଟେସନରେ ଅଣାଯାଉଥିବାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବା ନେଇ ଆଲୋଚନା ମଧ୍ୟ ହେଉଥିଲା।
ତେବେ ମନୋଜ କୁମାର ସାହୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବରେ ଦାୟିତ୍ୱ ତୁଲାଇବା ସହିତ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ‘ହର ଘର୍ ଜଲ୍’ କାର୍ଯ୍ୟକ୍ରମରେ କାମ କରି ଖୁବ୍ ପ୍ରଶଂସିତ ହୋଇଛନ୍ତି। ତେବେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଉପରେ ମୋହନ ସରକାରଙ୍କ ଛାଟ । ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇର ସମନ ପରେ ବିଷ୍ଣୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଦାୟିତ୍ୱରେ ଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର । ଏହାସହ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ତାଙ୍କୁ ଦାୟିତ୍ୱ ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।