ମନ୍ତ୍ରୀଙ୍କ ଘରକୁ ଆସିଲେ ୨ ନୂଆ ଅତିଥି

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରକୁ ଆସିଛନ୍ତି ୨ ନୂଆ ଅତିଥି। ଆନ୍ଧ୍ର ପ୍ରଦେଶର ଚିତୁରରୁ
ପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ପ୍ରାୟ ୮୦ ହଜାର ଟଙ୍କା ଏହାର ଦାମ। ଏହା ଏକ ଇଣ୍ଡିଆନ ବ୍ରିଡର ଗାଈ, ଯାହାର ଉଚ୍ଚତା କମ୍ ବିଶିଷ୍ଟ ଏହି ଗାଈର ସଂରକ୍ଷଣ ପାଇଁ ସରକାରଙ୍କ ତରଫରୁ ଦୀର୍ଘ ବର୍ଷ ହେବ ପ୍ରୟାସ ଆରମ୍ଭ ହୋଇଛି । ଗୋବିନ୍ଦ ଗୋଧାମ ଗୋଶାଳାର ସାଧୁସନ୍ଥଙ୍କ ଗହଣରେ ବହୁ ଆଡ଼ମ୍ବରରେ ପୁଙ୍ଗାନୂର୍ ଗୋମାତାଙ୍କ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ଏହି ଅବସରରେ ଗୋ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି, କାମଧେନୁ ଯୋଜନା କେଉଁ ଭଳି ଓଡ଼ିଶାରେ କାର୍ଯ୍ୟକାରୀ ହେବ। ଗୋ ରକ୍ଷା, ଗୋ ସୁରକ୍ଷା, ଗୋ ବଂଶ ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଏହା ସହ ଜୈବିକ ସାର ଆଦିର ଉତ୍ପାଦନ ଉପରେ ଧ୍ୟାନ ଦିଆଯିବ। ଏଥିଲାଗି ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏଥିରେ ୫ ଜଣ ମନ୍ତ୍ରୀ ଓ ସଚିବ ମଧ୍ୟ ରହିଛନ୍ତି। ରାସ୍ତାଘାଟର ହେଉଥିବା ଗାଈଗୋରୁଙ୍କ ଦୁର୍ଘଟଣାକୁ ରୋକିବା ସହ ଥଇଥାନ ଓ ସୁରକ୍ଷାକୁ ଗୁରୁତର ସହ ପଦକ୍ଷେପ ନେବେ।

ଅଧିକ ପଢନ୍ତୁ