ମନ୍ତ୍ରୀ ପହଞ୍ଚିବାର ୨୦ମିନିଟ୍ ପରେ ଆସିଲେ ତହସିଲଦାର

ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି। ଖବର ପାଇଁ ମନ୍ତ୍ରୀ ପହଞ୍ଚିବାର ୨୦ ମିନିଟ ପରେ ତହସିଲଦାର ପହଞ୍ଚି ମନ୍ତ୍ରୀଙ୍କ ଆଗରେ ହାଜର ହୋଇ ଛିଡା ହେଲେ । ସେ ଭିତରେ ତହସିଲଦାରଙ୍କ ବିରୁଦ୍ଧରେ ଗୁଡାଏ ଅଭିଯୋଗ ମନ୍ତ୍ରୀ ସାଧାରଣ ଲୋକଙ୍କ ଠାରୁ ଶୁଣି ସାରିଥିଲେ ।

ସେଠାରେ ଥିବା ସାଧାରଣ ଲୋକଙ୍କ ଅଭିଯୋଗ ପତ୍ର ଦେଖି ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଏହାର ଜବାବ ମାଗିବା ସହ ଗୋଟି ଗୋଟି କରି ହିସାବ ନେଇଥିଲେ । ପରେ ସେଠାକୁ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ଉପଜିଲ୍ଲାପାଳ ପହଞ୍ଚିଥିଲେ । କିଛି ଫାଇଲ କାହିଁକି ପେଣ୍ଡିଙ୍ଗ ରହିଛି ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ ।ଆଗକୁ ଏସବୁ ବରଦାସ୍ତ କରାଯିବନି ବୋଲି ମନ୍ତ୍ରୀ କହିବା ସହ ଘରଡିହ ପାଇଁ ପଟ୍ଟା ସର୍ଭେ, ମ୍ୟୁଟେସନ କାମ, ସାର୍ଟିଫାଏଡ କପି, ଜାତିଗତ ପ୍ରମାଣ ପତ୍ରରେ କାହିଁକି ହେଳା ହେଉଛି ବୋଲି ପଚାରିଥିଲେ ମନ୍ତ୍ରୀ ।

ଅଧିକ ପଢନ୍ତୁ