ମମତା ଦିଦିଙ୍କୁ ପଡିଛି ଦଇବ ଚଡକ। ପୋଡ଼ିଗଲା ମୁଖ୍ୟ ମନ୍ଦିରରେ ଲାଗିଥିବା ପତାକା

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ପିଛା ଛାଡ଼ୁନି ବିବାଦ । ସାମ୍ନାକୁ ଆସିଛି ଆଉ ଏକ ଅଘଟଣ । ବଜ୍ରପାତରେ ପୋଡ଼ିଗଲା ମୁଖ୍ୟ ମନ୍ଦିରରେ ଲାଗିଥିବା ପତାକା । ଅଘଟଣକୁ ନେଇ ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଏହାକୁ ଜଗନ୍ନାଥ ଧାମ୍ ନାମକରଣ କରି ବିବାଦକୁ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ବଜ୍ରପାତରେ ମୁଖ୍ୟ ମନ୍ଦିରର ପତାକା ପୋଡ଼ିଯିବା ଘଟଣା ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିର ପ୍ରତି ଆହୁରି ବିପଦ ରହିଛି । ଆମିଷ ଭକ୍ଷଣ କରି ମନ୍ଦିରରେ ପଶିବା, ଶାସ୍ତ୍ର ଅନୁକରଣ ନକରି ପୂଜା କରିବା, ରଥର ରଶିକୁ ଜୋତାରେ ଦଳି ଦେବା ଭଳି ଘୋର ଅନ୍ୟାୟ କରାଯାଉଥିବା ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଶୁଭେନ୍ଦୁ ଅଧିକାରୀ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ପଶ୍ଚିମବଙ୍ଗ ସରକାରଙ୍କ ଗର୍ବ ଓ ଅହଙ୍କାର ଯୋଗୁଁ ଏଭଳି ଅଘଟଣ ଘଟୁଥିବା କହିଛନ୍ତି ଜଗୁନି ।

ଅଧିକ ପଢନ୍ତୁ

kc ads