ମମତା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କଲେ ବ୍ୟବସାୟୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ ଆଳୁର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଆଳୁର ଅଭାବ ଯୋଗୁ ଓଡିଶା ହାଟ ବଜାରରେ ଆଳୁର ମୂଲ୍ୟବୃଦ୍ଧି ଘଟିଛି l ବଙ୍ଗୀୟ ଆଳୁ ବ୍ୟବସାୟୀମାନେ ସେମାନଙ୍କର ଶୀତଳ ଭଣ୍ଡାରରୁ ଆଳୁ ବିକ୍ରି କରି ନ ପାରି କ୍ଷତି ଆଶଙ୍କାରେ ସେଠାକାର ସରକାରଙ୍କୁ ଘେରିଛନ୍ତି lଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ। ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘର ନିଷ୍ପତ୍ତି। ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କଲିକତା ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ଓ ବିଭାଗୀୟ ମନ୍ତ୍ରୀ ବେଚାରାମ ମାନାଙ୍କ ମଧ୍ୟରେ ବୈଠକ ବସିଥିଲା ।

ବୈଠକରେ ବାହାରିପାରିନି କୌଣସି ନିଷ୍କର୍ସ। ଫଳରେ ନିଜ ରାଜ୍ୟରେ ଆଳୁ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ପଶ୍ଚିମବଙ୍ଗରୁ ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ ହେବା ପରେ ସରକାରଙ୍କ ଉପରେ ବର୍ଷିଥିଲା ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ। ବଙ୍ଗ ଆଳୁ ଚାଷୀମାନେ ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆଳୁ ବିହନ କିଣୁଥିଲାବେଳେ ଉତ୍ପନ୍ନ ବଳକା ଆଳୁ ଭିନ୍ନ ରାଜ୍ୟକୁ ରପ୍ତାନି ନ କରିବା ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଂଘନ କରିଥିବାର ସେମାନେ ଅଭିଯୋଗ କରିଛନ୍ତି l ନିକଟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶପଥ ଗ୍ରହଣ ଉତ୍ସବକୁ ଦିଦି ସ୍ବତନ୍ତ୍ର ଭାବେ ଯାଇଥିବାବେଳେ ସେଠାକାର ସରକାରଙ୍କୁ ଆଳୁ ରପ୍ତାନି ନ କରିବା ଏ କେଉଁ ପ୍ରକାର ରାଜନୀତି ବୋଲି ବ୍ୟବସାୟୀ ସମିତିର ସଦସ୍ୟ ମାନେ ପ୍ରଶ୍ନ ଉଠାଇଛନ୍ତି l

ଅଧିକ ପଢନ୍ତୁ