ମାର୍ଚ୍ଚ ୨୯ରେ ମା ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ (ନିପ୍ର) ୧୩/୦୩ – ମାର୍ଚ୍ଚ ୨୯ ରୁ ଏପ୍ରିଲ ୨ ତାରିଖ ଯାଏଁ ଅନୁଷ୍ଠିତ ହେବା ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା । ଏ ନେଇ ଆଜି ମନ୍ଦିର ପରିସରରେ ରୀତି, ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚୈତ୍ର ଯାତ୍ରା ନିମନ୍ତେ ଶୁଭ ଖୁଂଟି ସ୍ଥାପନ ହୋଇଛି । ୨୯ ତାରିଖ ଦିନ ମାଙ୍କ ପାଦ ଉଠାଣ ଓ ଘଟ ସ୍ଥାପନ ସହ ସୂର୍ଯ୍ୟପୂଜା, ଶାଳାପୂଜା, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା, ଇତ୍ୟାଦି ଅନୁଷ୍ଠିତ ହେବ । ୩୦ ତାରିଖ ଠାରୁ ୨ ତାରିଖ ଯାଏଁ ପ୍ରତିଦିନ ମାଁଙ୍କ ସୂର୍ଯ୍ୟପୂଜା, ଶାଳାପୂଜା, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା, ଚଣ୍ଡୀପାଠ, ମୁଖ୍ୟ ଦେବୀଙ୍କ ମହାସ୍ନାନ, ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେବ ।

୨ ତାରିଖ ଦିନ ମାଙ୍କ ଝାମୁଯାତ୍ରା ପାଇଁ ଅଗ୍ନି ସଂଯୋଗ,ପୂଜଙ୍କ କଂଟା ଦୋଳି ଝୁଲଣ ଏବଂ ଅଗ୍ନି ଗମନାଗମନ କାର୍ଯ୍ୟକ୍ରମ ରହିଛି । ମନ୍ଦିରର ପୂଜକ ଚନ୍ଦ୍ର ପୂଜାରୀ, ରାଜ ପୁରୋହିତ ବିରଂଚି ଦାଶଙ୍କ ତତ୍ୱାବଧାନରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ରାଇସିଂ ବିଡିକି, ଟ୍ରଷ୍ଟି ସଦସ୍ୟ ଇପିଲି ରାଜୁ, ପି.ବାସୁ, ଦେବ ବେହେରା, ବାବୁ ଦଳେଇ, ଶ୍ରୀନିବାସ ରାଓ, ମାଙ୍ଗା ହୁଇକା, ଅଫିସ ସୁପରିନଟେଣ୍ଡଟ୍ ଜାନୀକ ବଲ୍ଲଭ ମହାନ୍ତି, ଭେଙ୍କେଟ ରାଓ ପ୍ରମୁଖ ଶୁଭ ଖୁଂଟି ସ୍ଥାପନ ସମୟରେ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ