ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଚାଲିଗଲା ୧୮ କାଉଡ଼ିଆଙ୍କ ଜୀବନ

ବୋଲବମ୍‌ ଯାତ୍ରା ସମୟରେ ଘଟିଲା ଏକ ଭୟଙ୍କର ଦୁର୍ଘଟଣା । ଦେଓଘର ଜିଲ୍ଲାର ଜାମୁନିଆ ଜଙ୍ଗଲ ନିକଟରେ କାଉଡ଼ିଆମାନଙ୍କୁ ନେଇ ଯାଉଥିବା ଏକ ବସ୍ ସହିତ ସିଲିଣ୍ଡର ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ୧୮ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।ପ୍ରାଥମିକ ରିପୋର୍ଟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି । ଏକ ଡଜନରୁ ଅଧିକ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ବାବଦରେ ସୂଚନା ପାଇବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏହି ଘଟଣା ପୂରା ଝାଡ଼ଖଣ୍ଡରେ ଶୋକର ଛାୟା ଖେଳାଇ ଦେଇଛି । ଦୁର୍ଘଟଣାର କାରଣ ଅତ୍ୟଧିକ ବେଗ ଓ ଚାଳକଙ୍କ ଅସାବଧାନତା ହୋଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

ଅଧିକ ପଢନ୍ତୁ

kc ads