ମଲ୍‌ରେ ବଡ଼ ଧରଣର ରେଡ୍‌:ସାମାନ୍ୟ ଭୁଜିଆ ପାଇଁ ଗଣିଲେ ଲକ୍ଷେ ଟଙ୍କା ତଣ୍ଡ

ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍‌ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍‌ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ସପିଂ ମଲରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଅବଧି ଶେଷ ହୋଇଥିବା ଜଣାପଡ଼ିବା ପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ସୂଚନା ଅନୁସାରେ, ସଂଗ୍ରାମ ପଟ୍ଟନାୟକ ନାମକ ଜଣେ ଗ୍ରାହକ ଚଳିତ ମାସ ୧୪ ତାରିଖ ଦିନ ଏଫସିଆଇ ଛକରେ ଥିବା ବିଶାଳ ମେଗା ମାର୍ଟରୁ ୧ହଜାର ୪୬୩ ଟଙ୍କାର ଜିନିଷ କିଣିଥିଲେ । ଗ୍ରାହକ ଜଣକ ଏକ ଭୁଜିଆ ପ୍ୟାକେଟ୍ ନେଇଥିଲେ, ଯାହାର ଏକ୍ସପାୟାରି ସରିଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ବିଲ୍ ସହ ଭୁଜିଆ ପ୍ୟାକେଟକୁ ନେଇ ମଲକୁ ଯାଇଥିଲେ, ହେଲେ ମାର୍ଟର ମ୍ୟାନେଜର ଏହାକୁ ଖଣ୍ଡନ କରିଥିଲେ । ଆଉ କହିଥିଲେ ଯେ ସେହି ଭୁଜିଆ ପ୍ୟାକେଟ୍ ତାଙ୍କ ମଲର ନୁହେଁ ।

ଏହାପରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଖବର ଦେବାପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଜ୍ୟୋତି ପ୍ରକାଶ ସୋରେନଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ ।ଯାଞ୍ଚ ବେଳେ ଅଧିକାରୀମାନେ ମଲ୍‌ରେ ଅବଧି ଶେଷ ହୋଇଥିବା ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ। ଏନେଇ ଅଧିକାରୀମାନେ ଖାଦ୍ୟ ସୁରକ୍ଷା ଆଇନ ବଳରେ ମଲ୍‌କୁ ୧ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡିଛି। ଏପରିକି ଅଧିକାରୀମାନେ ମଲ୍‌ ମାଲିକଙ୍କ ନାଁରେ ଏକ ନୋଟିସ ଜାରି କରିଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital