ମସ୍ତିଷ୍କ ଖିଆ ପୋକଙ୍କୁ ସାବଧାନ !୧୮ ମଲେଣି

କେରଳର ଅନେକ ଲୋକ ଏକ ଜୀବନ୍ତ ସୁକ୍ଷ୍ମଜୀବାଣୁ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଜୀବାଣୁର ନାମ ନେଗ୍ଲେରିଆ ଫାଉଲେରି, ଯାହାକୁ ସାଧାରଣ ଭାଷାରେ ‘ମସ୍ତିଷ୍କ ଖାଉଥିବା ଆମିବା’ କୁହାଯାଏ। ଚଳିତ ବର୍ଷ ଏପର୍ଯ୍ୟନ୍ତ କେରଳରେ ଅମିବିକ୍ ମେନିଙ୍ଗୋ ଏନ୍‌ସେଫାଲାଇଟିସ୍‌ର ୬୭ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରୁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ବର୍ଦ୍ଧିତ ତାପମାତ୍ରା ଯୋଗୁଁ ଏହି ଆମିବିକ୍ ମେନିଞ୍ଜାଇଟିସ୍‌ର ମାମଲା ବୃଦ୍ଧି ପାଉଛି। ନେଗ୍ଲେରିଆ ଫାଉଲେରି ଆମିବା ଦ୍ୱାରା ହେଉଥିବା ଏହି ସଂକ୍ରମଣର ଦ୍ରୁତ ଗତି ଏବଂ ଅତ୍ୟନ୍ତ ମାରାତ୍ମକତାକୁ ଦୃଷ୍ଟିରେ ରଖି, ବିଶେଷଜ୍ଞମାନେ ଜଳ ସୁରକ୍ଷା ଏବଂ ଜଳବାୟୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ପ୍ରଦାନ କରୁଛନ୍ତି ଏବଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ବିଶେଷଜ୍ଞଙ୍କ କହିବା କଥା, ମସ୍ତିଷ୍କ ଆମିବା ସହ ଜଡିତ ମାମଲାଗୁଡ଼ିକ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଅଧିକାଂଶଙ୍କ ମୃତ୍ୟୁ ହେଉଛି । ଅର୍ଥାତ୍, ଅଧିକାଂଶ ରୋଗୀ ଏହି ସଂକ୍ରମଣରୁ ବଞ୍ଚି ପାରନ୍ତି ନାହିଁ। ଏହି ସଂକ୍ରମଣ ନାଏଗ୍ଲେରିଆ ଫାଉଲେରି ନାମକ ଏକ ଜୀବାଣୁ ଦ୍ୱାରା ହୁଏ, ଯାହାକୁ ସାଧାରଣତଃ ‘ମସ୍ତିଷ୍କ ଖାଉଥିବା ଆମିବା’ କୁହାଯାଏ। ଏହି ଜୀବ ପୋଖରୀ, ହ୍ରଦ କିମ୍ବା ମଇଳା ପାଣିରେ ଏବଂ ସୁଇମିଂ ପୁଲରେ ମଧ୍ୟ ରହିଥାଏ । ଗରମ ଜଳବାୟୁ ଏହି ଜୀବାଣୁ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ସମୟରେ ସେ ନିଜର ବଂଶବିସ୍ତାର କରିଥାଏ । ପାଣିରେ ବିଭିନ୍ନ କାର୍ଯ୍ୟକଳାପ ସମୟରେ ଏହା ମଣିଷ ସଂସ୍ପର୍ଶରେ ଆସିଥାଏ ।ରୋଗୀ ଯେତେବେଳେ ସାଧାରଣତଃ ପାଣିରେ ପହଁରେ, ସେତେବେଳେ ଏହି ସଂକ୍ରମଣର ଶିକାର ହୁଏ। ଯଦି ଏହି ଜୀବାଣୁ ସେହି ପାଣିରେ ଥାଏ, ତେବେ ତାହା ନାକ ଦେଇ ମସ୍ତିଷ୍କରେ ପହଞ୍ଚି ମସ୍ତିଷ୍କକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ। ଏହା ମସ୍ତିଷ୍କରେ ଏକ ଗମ୍ଭୀର ସଂକ୍ରମଣ ସୃଷ୍ଟି କରିପାରେ, ଯାହା ଅନେକ ଜଟିଳତା ସୃଷ୍ଟି କରିପାରେ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ।’

ଅଧିକ ପଢନ୍ତୁ

Odisha Darpan Digital