ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ ଦେଇ ବନ୍ଧାହେଲେ ବିଲ୍ଡର। ଗିରଫ ବିଲଡର୍ ହେଲେ ଜଗତସିଂହପୁର ଅଞ୍ଚଳର ଡିସପୋଜ୍ ପଟ୍ଟନାୟକ । ତାଙ୍କୁ ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କରିଛି ସାଇବର ପୋଲିସ । SHREE PRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଦିଆଯାଇଥିଲା ବିଜ୍ଞାପନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ । ୱେବସାଇଟରେ ଦିଆଯାଇଥିଲା ମୋବାଇଲ ନମ୍ବର। ୱେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ ଭକ୍ତଙ୍କ ଧାର୍ମିକ ଭାବନାକୁ କରିଥିଲା ଆଘାତ। ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ସେପଟେ ଯେକୌଣସି ବ୍ୟକ୍ତିବିଶେଷ ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ଘଟଣା ନଜରକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ୍ ସିଂ କହିଛନ୍ତି।
