ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା। ୯୧ ଅଧିକାରୀଙ୍କ ଦରମା ବନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ। ଅଭିଯୋଗ ସମାଧାନ କ୍ଷେତ୍ରରେ କଟକ ସବୁଠୁ ପଛରେ ଥିବାରୁ ଖପ୍ପା ହେଲେ ସିଏମ୍ ଗ୍ରୀଭାନ୍ସ ସେଲ୍ । ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉନି । ଯାହାକୁ ନେଇ କିଛି ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତାଲିକାରେ ଅଛନ୍ତି କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, କଟକ ସିଡିଏମଓ, ଡିଇଓ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ, ଆଠଗଡ଼ ଉପ-ଜିଲ୍ଲାପାଳ, କଟକ ସଦର ଉପ-ଜିଲ୍ଲାପାଳ, ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀ। ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନାମା ପର୍ଯ୍ୟନ୍ତ ଏହିସବୁ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କ ସହ ଜିଲ୍ଲାର ସମସ୍ତ ସବ୍ ଟ୍ରେଜେରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
