ମହଙ୍ଗା ମାଡରେ ଖାଉଟି କଲବଲ । ପାଖାପାଖି ୫୦ ଟଙ୍କା ଉପରେ ସବୁ ପରିବା ଦର

କିଛିଦିନ ତଳେ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟବାସୀ ମୁଣ୍ଡରେ ହାତ ଦେଇଥିଲେ। ଖାଉଟିଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଦର ନିୟନ୍ତ୍ରଣକୁ ଆଣିବା ଲାଗି ନାନା କଟକଣା ଓ ପଦକ୍ଷେପ ନେଇଥିଲେ। ଫଳରେ ଆଳୁ କେ.ଜି. ୬୦ରୁ ଏବେ ୩୫ ତଳକୁ ଖସିଛି। ହେଲେ ଏବେ ପିଆଜ, ରସୁଣ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗ୍ରାହକଙ୍କୁ ମହଙ୍ଗା ମାଡ଼। ବଢି ଚାଲିଛି ପରିବା ଦର। ଏବେ ବଜାରରେ ସବୁ ପରିବାର ଦର ୫୦ ଉପରେ। କଟକ ଛତ୍ରପୁରରେ ବିନ୍ସ କିଲୋ ୧୦୦ ଟଙ୍କାରେ ପହଂଚିଲାଣି। ପୋଟଳ ୬୦, ଝୁଡ଼ଙ୍ଗ, କାଙ୍କଡ଼, କଲରା, ଭେଣ୍ଡି ୫୦ଟଙ୍କାରେ ବିକ୍ରି ହେଉଛି।

ସେହିପରି ବଲାଙ୍ଗୀରରେ ମଧ୍ୟ ବିଭିନ୍ନ ପରିବାର ଦର ୫୦ ଉପରେ ରହିଛି। ତେବେ ପିଆଜ ୬୦ ଟପିଥିବାବେଳେ ରସୁଣ ୪୦୦ ଛୁଇଁଛି।

ସେହିଭଳି ଅଦା ଦର ମଧ୍ୟ ଉପରମୁହଁା ହୋଇଛି। ବିଶେଷକରି ଅନ୍ୟ ସହରଠାରୁ ରାଜଧାନୀ ଭୁବନେଶ୍ୱରରେ ଅଧିକ ଦର ପାଖାପାଖି ଦୁଇଗୁଣା ରହୁଥିବାରୁ କଳା ବଜାର ହୋଇଥିବା ଅଭିଯୋଗ ଉଠୁଛି। ଏପରିକି ଆଳୁ ଭଳି ପିଆଜ, ଅଦା, ରସୁଣ ସହ ଅନ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠୁଛି।

ଅଧିକ ପଢନ୍ତୁ