ମହାକାଶକୁ ଇସ୍ରୋ ପଠାଇଲା ମହଙ୍ଗା ଉପଗ୍ରହ’ ନିସାର୍’

ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା ଅନ୍ତରୀକ୍ଷ ମିଶନ ‘ନିସାର’ (NASA-ISRO Synthetic Aperture Radar) ଲଞ୍ଚ କରିଛି। ବୁଧବାର ଅନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ସା ୫ଟା ୪୦ ମିନିଟରେ ଏହାକୁ ଲଞ୍ଚ କରାଯାଇଛି। ଏହି ସାଟେଲାଇଟ ଇସ୍ରୋ ଏବଂ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି।ଏହାକୁ ସୂର୍ଯ୍ୟ-ସମକାଳୀନ ଧ୍ରୁବୀୟ କକ୍ଷପଥରେ ସ୍ଥାପନ କରାଯିବ। ଏଠାରୁ ଏହା ସମଗ୍ର ପୃଥିବୀ ଉପରେ ନଜର ରଖିବ। ଏହାର ମୋଟ ମୂଲ୍ୟ ୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୧୩,୧୨୦ କୋଟି ଟଙ୍କା ଅଟେ।

NISAR ମିଶନ ହେଉଛି ଇସ୍ରୋ ଏବଂ ନାସାର ଏକ ମିଳିତ ମିଶନ, ଉଭୟ ମହାକାଶ ସଂସ୍ଥା ଏହାକୁ ବହୁ ବର୍ଷର କଠିନ ପରିଶ୍ରମ ପରେ ସଫଳ ସମାପ୍ତ କରିଛନ୍ତି। ଇସ୍ରୋ ଏହାକୁ ଭାରତର ବାହୁବଳୀ ରକେଟ୍ GSLV-F16 ସହିତ ଉତ୍‌କ୍ଷେପଣ କରିଛି। ଏହା ଏକ ଏକ୍ସପାଣ୍ଡେବଲ୍‌ ନନ୍-ରିୟୁଜେବଲ୍‌ ଥ୍ରୀ ଷ୍ଟେଜ୍‌ ଲଭ୍‌ ହ୍ବିକଲ୍‌ ଅର୍ଥାତ୍ ବ୍ୟୟସାପେକ୍ଷ ଅଣ-ପୁନଃବ୍ୟବହାରଯୋଗ୍ୟ ତିନି-ସ୍ତରୀୟ ପ୍ରକ୍ଷେପଣ ଯାନ ଅଟେ। ପୂର୍ବରୁ, ଇସ୍ରୋ ପୃଥିବୀ ଉପରେ ନଜର ରଖିବା ପାଇଁ ରସୋର୍ସ ସାଟ୍‌ ଏବଂ ରିସାଟ୍‌ ସମେତ ଉପଗ୍ରହ ଉତ୍‌କ୍ଷେପଣ କରିଛି, କିନ୍ତୁ ଏହି ଉପଗ୍ରହଗୁଡ଼ିକ କେବଳ ଭାରତୀୟ କ୍ଷେତ୍ରରେ ସୀମିତ ଥିଲା।

ଅଧିକ ପଢନ୍ତୁ

Odisha Darpan Digital