ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ

ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଫେବୃୟାରୀ ୫ରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମହା ଅବସରରେ ସାମିଲ ହେବେ।ଦୂରଦୂରାନ୍ତରୁ ଅନେକ ଭକ୍ତ କୁମ୍ଭମେଳାରେ ସାମିଲ ହୋଇଛନ୍ତି । ଲୋକଙ୍କ ବିଶ୍ୱାସ କୁମ୍ଭମେଳାରେ ଶାହି ସ୍ନାନ କରିବା ଦ୍ୱାରା ପାପ କ୍ଷୟ ହେବ ଏବଂ ପୁଣ୍ୟ ମିଳିବ ।ତେବେ ଏହା ପୂର୍ବରୁ ୨୭ ଜାନୁଆରୀ ରେ ମହାକୁଂଭ ଯିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଏହାବ୍ୟତୀତ ଉପରାଷ୍ଟ୍ରପତି ଜଗଦିପ ଧନଖଡ୍ ୧ ଫେବୃୟାରୀ ଏବଂ ୧୦ ଫେବୃୟାରୀରେ ମହାକୁମ୍ଭରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଆସନ୍ତା ଫେବୃଆରୀ ୨୬ ଯାଏଁ ଚାଲିବ। ଏହା ମଧ୍ୟରେ ମୋଟ ୬ଟି ସ୍ନାନ ଅବସର ରହିଛି, ଯାହା ମଧ୍ୟରୁ ୩ଟି ଅମୃତ ସ୍ନାନ। ୩ ଅମୃତ ସ୍ନାନ ମଧ୍ୟରୁ ଗୋଟେ ସ୍ନାନ ସରିଛି।

ଅଧିକ ପଢନ୍ତୁ

Odisha Darpan Digital