ମହାକୁମ୍ଭର ମୋନାଲିସାଙ୍କୁ ଫିଲ୍ମ ଅଫର୍ କରିଥିବା ନିର୍ଦ୍ଦେଶକ ଗିରଫ

‘ମହାକୁମ୍ଭ ୨୦୨୫’ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିର୍ଦ୍ଦେଶକଙ୍କ ଉପରେ ଜଣେ ମହିଳା ତାଙ୍କୁ ବହୁ ବର୍ଷ ଧରି ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି।ବିବାହର ପ୍ରଲୋଭନ ଦେଖାଇ ୩ ଥର ଗର୍ଭପାତ କରାଇଥିଲେ । ଯାହାକୁ ନେଇ ଯୁବତୀ ମାନସିକ ଏବଂ ଶାରୀରିକ ପୀଡ଼ାରେ ଥିଲେ । ତଦନ୍ତ ବେଳେ ମୁଜ୍ଜଫରନଗରରୁ ଗର୍ଭପାତ କରାଇବାର ମେଡିକାଲ୍ ପ୍ରମାଣ ମଧ୍ୟ ମିଳିଛି । ଯାହାକୁ ଆଧାର କରି ପୁଲିସ୍ ସନୋଜଙ୍କୁ ଗିରଫ କରିଛି । ସୂଚନାମୁତାବକ ’ମହାକୁମ୍ଭ ୨୦୨୫’ ସମୟରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ସନୋଜ ମିଶ୍ର ତାଙ୍କ ଫିଲ୍ମ ଅଫର୍‌ କରିଥିଲେ। ଏହି ଘୋଷଣା ପରେ ସେ ଚର୍ଚ୍ଚାକୁ ଆସିଲେ। ନିର୍ଦ୍ଦେଶକଙ୍କ ବିରୋଧରେ ପୂର୍ବରୁ ହୋଇଥିବା ଅଭିଯୋଗଗୁଡ଼ିକୁ ମଧ୍ୟ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ପ୍ରଚାର ହୋଇଥିଲା।

ଅଧିକ ପଢନ୍ତୁ

kc ads