ମହାକୁମ୍ଭ ନାମରେ ମୃତ୍ୟୁର କୁମ୍ଭ କରୁଛନ୍ତି ଯୋଗୀ ସରକାର-ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳାର କଥିତ କୁପରିଚାଳନା ପାଇଁ କେନ୍ଦ୍ର ସରକାର ଏବଂ ଭାଜପା ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି।କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମହାକୁମ୍ଭ ନାମରେ ନରସଂହାର କରାଯାଉଥିବା ଅଭିଯୋଗ କରିଥିବା ବେଳେ ଏବେ ମମତା ବାନାର୍ଜୀ ମହାକୁମ୍ଭକୁ ମୃତ୍ୟୁର କୂୁମ୍ଭ କହିଛନ୍ତି । ମହାକୁମ୍ଭରେ ଅନେକ ଲୋକଙ୍କ ମୃତ୍ୟୁକୁ ନେଇ ସାଧୁସନ୍ଥମାନେ ପାଟି ଖୋଲିନଥିବା ବେଳେ ମମତାଙ୍କ ବୟାନକୁ ଘୋର ବିରୋଧ କରିଛନ୍ତି ।

ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ ମମତା କହିଥିଲେ କି ଏବେ ମହାକୁମ୍ଭ ଆଉ ମହାକୁମ୍ଭ ହୋଇନାହିଁ ବରଂ ଏହା ମୃତ୍ୟୁର କୁମ୍ଭରେ ପରିବର୍ତ୍ତନ ହୋଇସାରିଛି । ମହାକୁମ୍ଭ ବୟାନ ଅଧାରରେ ମମତା ବାନାର୍ଜୀ କେନ୍ଦ୍ରର ବିଜେପି ଓ ରାଜ୍ୟର ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମମତା ବାନାର୍ଜୀ ଭାଜପା ଉପରେ ଅଭିଯୋଗ ଆଣି କହିଛନ୍ତି , ଦଳ ନିଜ ରାଜନୈତିକ ଲାଭ ପାଇଁ ଧର୍ମକୁ ବ୍ୟବହାର କରୁଛି। ସେ କହିଛନ୍ତି, ସ୍ବାଧୀନତାର ଅର୍ଥ ନୁହେଁ ଯେ ଭାଜପା ବିଧାୟକମାନେ ଘୃଣା ପ୍ରସାର କରନ୍ତୁ ଏବଂ ସମାଜକୁ ବିଭାଜିତ କରନ୍ତୁ।

ଅଧିକ ପଢନ୍ତୁ