ମହାକୁମ୍ଭ ବୁଡ ନେଇ ରାଜନୀତି ‘ଗଙ୍ଗାରେ ଗାଧୋଇଲେ ଗରିବୀ ଶେଷ ହେବ ନାହିଁ’ -ଖଡ଼ଗେ

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ମଧ୍ୟପ୍ରଦେଶର ମହୁଠାରେ ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ରାଲିକୁ ସମ୍ବୋଧିତ କରିଥିଲେ।ଏହି ସମୟରେ ମଲ୍ଲିକାର୍ଜୁନ ଖଡଗେ ବିଜେପି ନେତାଙ୍କୁ ସିଧା ସଳଖ ଟାର୍ଗେଟ କରି କହିଛନ୍ତି ଯେ ଗଙ୍ଗାରେ ଗାଧୋଇବା ଦ୍ୱାରା ଗରିବୀ ଦୂର ହେବ ନାହିଁ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ପରିବାର ସହ କୁମ୍ଭ ସ୍ନାନ ପାଇଁ ପ୍ରୟାଗରାଜରେ ପହଞ୍ଚିଥିବା ବେଳେ ତାଙ୍କର ଏଭଳି କଟାକ୍ଷ ଆସିଛି। ସେପଟେ ଖଡଗେଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ପୂର୍ବରୁ ସେମାନେ କହିଥିଲେ ଯେ, ସେମାନେ କ୍ଷମତାକୁ ଆସିଲେ ସନାତନକୁ ଶେଷ କରିଦେବେ । ରାହୁଲ ଗାନ୍ଧି ଇଟାଲୀ ଯାଇ ଗାଧୋଇପାରିବେ, ଆମର କୌଣସି ଆପତ୍ତି ନାହିଁ। ମା’ ଗଙ୍ଗାଙ୍କ ବିରୋଧରେ ଏଭଳି ଶବ୍ଦ ପ୍ରୟୋଗ କରିବା ଠିକ୍ ନୁହେଁ। ସନାତନ ଧର୍ମ ବିରୋଧରେ ଏଭଳି ଶବ୍ଦ ଓ ବୟାନ ନିନ୍ଦନୀୟ ।

ଅଧିକ ପଢନ୍ତୁ