ମହାନଦୀରେ ମହିଳା ଭାସିଯିବା ଘଟଣା । ପ୍ରେମିକ ପାଇଁ ନିଜେ ରଚିଥିଲେ ନିଖୋଜ ଷଡ଼ଯନ୍ତ୍ର

ବାଙ୍କୀ ମହାନଦୀରେ ନିଖୋଜ ମହିଳା ଘଟଣା ନୂଆ ଟୁଇଷ୍ଟ । ମହିଳା ଜଣକ ପୁରୀରୁ ଉଦ୍ଧାର ହୋଇଛନ୍ତି । ପୁରୀ ଟାଉନ ଥାନା ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ସଖି ଗୃହରେ ରଖାଯାଇଛି । ସୂଚନା ଅନୁସାରେ ଦୁଇଟି ପିଲାର ମାଆ ପ୍ରେମିକ ସହ ଖସି ପଳାଇବାକୁ ପ୍ଲାନ କରିଥିଲେ । ସେ ସତରେ ନଦୀରେ ବୁଡ଼ଇ ନାହାନ୍ତି ।ଗତ ଦୁଇ ଦିନ ହେଲା ନଦୀରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମହିଳାଙ୍କୁ ଖୋଜୁଛି । ହେଲେ ଏବେ ଜଣାପଡ଼ିଛି ପ୍ରକୃତ କାରଣ। ମହାନଦୀରେ ଭାସିଯିବାର ମିଛି ନାଟକ ରଚିଥିଲେ ମହିଳା। ଖୁଦୁରୁକୁଣୀ ବିସର୍ଜନ ବେଳେ ନଦୀରେ ସିନା ପଶିଲେ ହେଲେ ଲୋକ ଜାଣିବାକୁ ସେ ବୁଡ଼ିଗଲେ । ପ୍ରକୃତରେ କିନ୍ତୁ ସେ ପହଁରି ପହଁରି ଯାଇ ପ୍ରେମିକ ସହ ଚମ୍ପଟ ମାରିଥିବା ଜଣାପଡ଼ିଛି । ଗତ ଦୁଇଦିନ ଧରି ମହାନଦୀରେ ଖୋଜାଖୋଜି କରିଥିଲେ ବି ମହିଳାଙ୍କର କୌଣସି ସନ୍ଧାନ ପାଇନଥିଲେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ।ଆଜି ମହିଳା ଓ ତାଙ୍କ ପ୍ରେମିକକୁ ପୁରୀ ଟାଉନ ଥାନା ପୋଲିସ ଅଟକ ରଖିଥିବା ସୂଚନା ଦେଇଛନ୍ତି ବାଙ୍କୀ ଥାନା ଅଧିକାରୀ। ବାଙ୍କୀ ଥାନା ରତାଗଡ଼ର ମହିଳା ଓ କିଛି ଯୁବତୀ ଗତ ରବିବାର ରାତିରେ ଖୁଦୁରୁକୁଣୀ ଓଷା ସାରି ସୋମବାର ଭୋର ସମୟରେ ବିସର୍ଜନ ପାଇଁ ଯାଇଥିଲେ । ବିସର୍ଜନ ବେଳେ ମହିଳା ଜଣକ ଭାସି ଯାଇଥିଲେ ବୋଲି ପ୍ରଚାର ହେଲା । ହେଲେ ଏହା ଥିଲା ତାଙ୍କର ମିଛ ନାଟକ । ପରେ ପ୍ରେମୀ ଯୁଗଳ ପୁରୀ ଚାଲି ଯାଇଥିଲେ ।

ତେବେ ଏ ସମ୍ପର୍କରେ ବାଙ୍କୀ ଥାନା ପୋଲିସ୍ ମହିଳାଙ୍କ ସ୍ବାମୀଙ୍କ ଠାରୁ ଖବର ପାଇ ପୁରୀ ଟାଉନ୍ ଥାନା ପୋଲିସକୁ ଜଣାଇଥିଲା । ଏହାପରେ ଟାଉନ୍ ଥାନା ପୋଲିସ୍ ପୁରୀ ଚୂଡ଼ଙ୍ଗ ସାହିରୁ ଯୁବକ ଓ ମହିଳାଙ୍କୁ ଠାବ କରି ଆଣିବା ପରେ ଥାନାରେ ଅଟକ ରଖିଥିଲା ।ଥାନାରେ ପଚରାଉଚରା ବେଳେ ସତ ସାମ୍ନାକୁ ଆସିଛି । ପ୍ରେମିକ ଜଣଙ୍କ ପୂର୍ବରୁ ବିବାହିତ । ହେଲେ ଉଦ୍ଧାର ହୋଇଥିବା ମହିଳାଙ୍କୁ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ନିକଟରେ ମହାନଦୀରେ ନିଖୋଜର ନାଟକ ପ୍ରେମିକ ସହ ପୁରୀରେ  ରହୁଥିଲେ ।

ଅଧିକ ପଢନ୍ତୁ