ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ । ଗତ ମାସରେ ହୋଇଥିବା କ୍ଷେତ୍ରୀୟ ପରିଦର୍ଶନର ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ ।ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି।
୨ ରାଜ୍ୟର ବୈଷୟିକ ଟିମ୍ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି। ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି।ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି। ଆପୋଷ ମିଳାମିଶା ପାଇଁ ହୋଇଥିବା ଆଲୋଚନାରେ ଟ୍ରିବ୍ୟୁନାଲ ସନ୍ତୁଷ୍ଟ ଅଛନ୍ତି। କେନ୍ଦ୍ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଆହୁରି ମଧ୍ୟ ସେ କହିଛନ୍ତି ମହାନଦୀ ପ୍ରସଙ୍ଗରେ ଯଥେଷ୍ଟ ପ୍ରଗତି ହୋଇଛି। ଖୁବଶୀଘ୍ର ସମାଧାନ ହେବ।ଏଜିଙ୍କ କହିବା ଅନୁଯାୟୀ ଓଡ଼ିଶା ସ୍ୱାର୍ଥକୁ ଅଗ୍ରାଧିକାର ମହାନଦୀର ଜଳକୁ ଓଡ଼ିଶା ପାଇଁ କିପରି ସୁବିନିଯୋଗ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଏପ୍ରିଲ ୨୦ରେ ପରବର୍ତ୍ତୀ ଶୁଣାଣି ହେବ ।
