ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ।ଏହାସହିତ ୭ ଜଣ ସଦସ୍ୟ ଏହି କମିଟିରେ ସାମିଲ କରାଯାଇଛି ।ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଦୀର୍ଘ ସମୟ ଧରି ମହାନଦୀ ଜଳ ବିବାଦ ଲାଗି ରହିଛି । ଯାହାକୁ ନେଇ ଅନେକ ସମୟରେ ଉଭୟ ରାଜ୍ୟର ନେତା ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ଏହାସହିତ କିଛି ସମାଧାନର ରାସ୍ତା ମଧ୍ୟ ବାହାରିଥିଲା । ତଥାପି ବିବାଦର ହୋଇପାରୁନି ସମାଧାନ । ସୂଚନାମୁତାବକ ୨୦୧୬ରେ ମହାନଦୀକୁ ନେଇ ମୁଣ୍ଡ ଟେକିଥିଲା ଛତିଶଗଡ଼-ଓଡିଶା ଜଳ ବିବାଦ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରୁ ମହାନଦୀରେ ପାଣି ଛାଡିବାକୁ ନେଇ ସେ ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ସମୟରେ ଛତିଶଗଡ଼ରେ ଥିଲେ ବିଜେପିର ରମଣ ସିଂ ସରକାର ଆଉ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର । ଏବେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟବାସୀଙ୍କ ଜଳ ବିବାଦ ସମାଧାନର ଆଶା ବଢିଯାଇଛି ।

ଅଧିକ ପଢନ୍ତୁ