ଓଡିଶା- ଛତିଶଗଡ ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା ଶୁଣାଣି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢିଛି । ସାମାଧାନ ପାଇଁ ପକ୍ଷ ରାଜିଥିବା ଏଜି ପୀତାମ୍ବର ଆଚାଯ୍ୟ ଅବଗତ କଲେ ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ମହାନଦୀ ଜଳବିବାଦ ପ୍ରସଙ୍ଗ ଆପୋଷ ବୁଝାମଣାରେ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ମାମଲା ବିଚାରାଧୀନ ଥିବା ଛତିଶଗଡ଼ ସିଏମ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋସ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି।
