ଓଡ଼ିଶାର ଜୀବନରେଖା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଟ୍ରିବ୍ୟୁନାଲ ପୁଣି କାର୍ଯ୍ୟକ୍ଷମ ହେବ । ପ୍ରାୟ ୮ ମାସ ପରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟସ ବେଲା ଏମ ତ୍ରିବେଦୀଙ୍କୁ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି । ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ ଏମ ଖାନୱିଲକର ଇସ୍ତଫା ଦେବା ପରେ ଟ୍ରିବ୍ୟୁନାଲ ଠପ୍ ହୋଇପଡିଥିଲା । ତେବେ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ ହେଲେ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ ଏମ.ଏନ୍ ଖାନଓ୍ୱାଲିକରଙ୍କ ଇସ୍ତଫା ପରେ ମାର୍ଚ୍ଚ ୧୨ରୁ ଅଧ୍ୟକ୍ଷ ପଦ ଖାଲିପଡ଼ିଥିଲା। ସେଥିପାଇଁ ଗତ ୧୦ ମାସ ହେବ ଶୁଣାଣି ହୋଇପାରୁନଥିଲା।