ମହାନଦୀ ପ୍ରସଙ୍ଗକୁ ନେଇ ମୁହାମୁହିଁ ହେଲେ ସରକାର ଓ ବିରୋଧି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଖୋଲିଲେ ବିଜେଡିର ପୋଲ। କାହିଁକି ଟ୍ରିବୁନାଲରେ ବିଳମ୍ବ ହୋଇଥିଲା ମାମଲା। ବିଜେଡି ସରକାରରେ ମନ୍ତ୍ରୀଙ୍କ ବିଧାନସଭା ବିବୃତି ଅଡୁଆ ବଢ଼େଇଥିଲା ବୋଲି ଅଭିଯୋଗ କଲେ । ମନ୍ତ୍ରୀ ସୁରେଶ ପୂଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ସେ ଜଣେ ପଢ଼ାଶୁଣା ଲୋକ। ସେମାନେ ଆମ ସହ ୯ ବର୍ଷ ସରକାରରେ ଥିଲେ। ତୁମର ତ ଛତିଶଗଡ଼ ଓ କେନ୍ଦ୍ରରେ ସରକାର ଥିଲା। ତୁମେ କଲ କଣ। ବିଜେପି କାହାଣୀ କହୁଛି ବୋଲି କହିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି ଯେ ଆଜି ସର୍ବଦଳୀୟ କମିଟି ଡାକି ବନ୍ଦ କରିବାର କାରଣ କଣ ଜଣା ନାହିଁ। ଆଜି ତଳିଆ ଅଞ୍ଚଳରେ ପାଣି ନାହିଁ। ଖରା ବଢିଲେ ଅବସ୍ଥା ଆହୁରି ଖରାପ ହେବ। ଇକୋ ସିଷ୍ଟମ ପ୍ରଭାବିତ ହେବ। ପୂର୍ବରୁ ବିଜେଡି ଏହାକୁ ନେଇ ଆନ୍ଦୋଳନ କରିଛି। ଏବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି।
