ମହାନବମୀରେ ମା’ ଦୁର୍ଗାଙ୍କ ପାଖେ ଲାଗି ହୁଏ ମାଛ ଭୋଗ

ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। କଟକର ଅଲିଶା ବଜାର ପୂଜା କମିଟି ପକ୍ଷରୁ କରାଯାଉଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜା । ଏହି ପୂଜା ମଣ୍ଡପରେ ବହୁ ପୁରାତନ ଦୂର୍ଗାପୂଜା ପରମ୍ପରା ।

୨୦୦୦ ମସିହାରେ କଟକ ସହରର ତୃତୀୟ ସମ୍ପୂର୍ଣ ଚାନ୍ଦି ମେଢ ନିର୍ମାଣ କରିଥିଲା ଅଲିଶାବଜାର ପୂଜା କମିଟି । ଏହି ମେଢ ପ୍ରାୟ ସାଢେ ୩ ରୁ କ୍ୱିଣ୍ଟାଲରୁ ଅଧିକ ଚାନ୍ଦିରେ ନିର୍ମିତ । ଏହି ଅପୂର୍ବ କାରୁକାର୍ଯ୍ୟ ପାଇଁ ଅଲିଶାବଜାର ପୂଜା ମଣ୍ଡପ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗ ଦେଇ କାରୁକାର୍ଯ୍ୟ ଖଚିତ ରୌପ୍ୟ ମେଢରେ ଭାରତ ମାତାଙ୍କ ମୂର୍ତ୍ତି ପ୍ରଦର୍ଶିତ କରି ପ୍ରଶଂସିତ ହୋଇଥିଲା । ଆଜି ମହା ନବମୀରେ ଏଠାରେ ମାଛ ଭୋଗ ପରମ୍ପରା ଏଠାକାର ଏକ ନିଆରା ନୀତି ।

ଅଧିକ ପଢନ୍ତୁ