ମହାପ୍ରଭୁଙ୍କ ଆଶିଷ ନେଲେ ମୋହନ ଭାଗବତ

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ ।‌ ପୁରୀରେ ପହଞ୍ଚିବା ପରେ ସେ ପ୍ରଥମେ ଶଙ୍କରାଚାର୍ଯ୍ୟ ମଠ ଯାଇ ଜଗଦଗୁରୁଙ୍କ ସାନିଧ୍ୟ ନେବା ସହ ବିଭିନ୍ନ ଧର୍ମୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରିଥିଲେ । ସୁପ୍ରିମକୋର୍ଟଙ୍କ ବୁଲା କୁକୁରଙ୍କୁ ନେଇ ରାୟ ଉପରେ ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ ନିଜର ମତ ରଖି କହିଥିଲେ ଯେ, ପୃଥିବୀରେ ସମସ୍ତ ପ୍ରାଣୀଙ୍କର ବଞ୍ଚିବାର ଅଧିକାର ରହିଛି । ବୁଲା କୁକୁରଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବୈଜ୍ଞାନକ ପଦ୍ଧତିର ସହାୟତା ନିଆଯାଇ ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ।ଅନ୍ୟ ଏକ ଉଦାହରଣ ଦେଇ ମୋହନ ଭଗତ ମଣିଷ ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ବିଷୟରେ କହିଥିଲେ । ସେ କହିଥିଲେ, “ଆମେ ଗୋମାତା ଠାରୁ କ୍ଷୀର ଦୁହିଁବା ପରେ କିଛି କ୍ଷୀର ବାଛୁରୀ ପାଇଁ ଛାଡ଼ି ଦେଇଥାଉ । ଏହା ହିଁ ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ବଜାୟ ରଖିବାର କଳା । ଉନ୍ନତି ଓ ପରିବେଶ ମଧ୍ୟରେ ପ୍ରକୃତିର ସଂରକ୍ଷଣ ନିହାତି ଆବଶ୍ୟକ । ଆମକୁ ଉନ୍ନତୀକରଣ ସହିତ ପ୍ରକୃତି ମଧ୍ୟ ଆବଶ୍ୟକ । ତେଣୁ ଉଭୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉଚିତ୍‌ ।”

ଅଧିକ ପଢନ୍ତୁ

Odisha Darpan Digital